Home ଜିଲ୍ଲା ପରିକ୍ରମା ଭଦ୍ରକରେ ଓରମାସ ଦ୍ୱାରା ଦୀପାବଳୀ ଷ୍ଟଲ୍ ପ୍ରତିଷ୍ଠା

ଭଦ୍ରକରେ ଓରମାସ ଦ୍ୱାରା ଦୀପାବଳୀ ଷ୍ଟଲ୍ ପ୍ରତିଷ୍ଠା

3

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ, ଭଦ୍ରକ ପକ୍ଷରୁ ଦୀପାବଳୀ ଉତ୍ସବ-୨୦୨୬ ଅବସରରେ ଅପର୍ତିବିନ୍ଧା ଛକ, ଏସବିଆଇ ମୁଖ୍ୟ ଶାଖା ନିକଟ, ଭଦ୍ରକ ଠାରେ ଏକ ଅସ୍ଥାୟୀ ଷ୍ଟଲ୍ ପ୍ରତିଷ୍ଠା କରାଯାଇଛି। ଏହି ଷ୍ଟଲ୍ ପାଂଚ ଦିନ ଧରି ଖୋଲା ରହିବ। ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏହି ଷ୍ଟଲ୍ର ଶୁଭ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଶୁଭେନ୍ଦ୍ର କୁମାର ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ,ବିଡ଼ିଓ ରଶ୍ମି ରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଷ୍ଟଲକୁ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ସଦସ୍ୟମାନେ ପରିଚାଳନା କରିବେ। ଏଠାରେ ସ୍ଥାନୀୟ ସ୍ତରରେ ପ୍ରସ୍ତୁତ ସାମଗ୍ରୀ ଯେପରିକି ଦୀପ, ଅଗରବତୀ, ମହମବତୀ, ନକୁଲ ଦାନା, ଗୁଡ଼, ମହୁ, ଝାଡୁ ଏବଂ ଉପହାର ହାମ୍ପର ଇତ୍ୟାଦି ଓରମାସ ବ୍ରାଣ୍ଡିଂ ସହ ବିକ୍ରୟ କରାଯିବ। ତେଣୁ ପାର୍ବଣ ଋତୁରେ ସ୍ଥାନୀୟ ଉତ୍ପାଦିତ ସାମଗ୍ରୀ କ୍ରୟ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉତ୍ସାହିତ କରିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.