Home ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ଜାରି ହେଲା ନୂଆ ସର୍କୁଲାର

ପରିବହନ ବିଭାଗ ପକ୍ଷରୁ ଜାରି ହେଲା ନୂଆ ସର୍କୁଲାର

170

ଭୁବନେଶ୍ଵର, ୦୨/୧୧, (ଓଡ଼ିଆ ପୁଅ ପି ନାୟକ) : ଟ୍ରାଫିକ ନିୟମ କଡ଼ାକଡ଼ି ହେବା ପରେ ସମସ୍ତେ ଏକ ପ୍ରକାର ସଜାଗ ହୋଇଯାଇଛନ୍ତି। ଗାଡ଼ିର ସମସ୍ତ କାଗଜପତ୍ର, ଡ୍ରାଇଭିଙ୍ଗ ଲାଇସେନ୍ସ, ପଲ୍ୟୁସନ ସାର୍ଟିପିକେଟ ଆଦି ସମସ୍ତ ଜିନିଷ ଲୋକମାନେ ପ୍ରସ୍ତୁତ କରି ରଖୁଛନ୍ତି। ଆଉ ଏହି ସମୟରେ ଲାଇସେନ୍ସ ପାଇଁ ଆରଟିଓ ଅଫିସରେ ଭିଡ଼ କାରଣରୁ ସମସ୍ତଙ୍କୁ ଅନେକ ହଇରାଣ ହେବାକୁ ପଡ଼ୁଛି। ସେଥିପାଇଁ ଏଣିକି ରାଜ୍ୟର ଯେ କୌଣସି ଆରଟିଓ ଅଫିସରେ ଗାଡ଼ି ପଞ୍ଜୀକରଣ କରିହେବ ବୋଲି ପରିବହନ ଅଧିକାରୀ ଙ୍କ ପକ୍ଷରୁ ଏକ ନୂଆ ସର୍କୁଲାର ଜାରି କରାଯାଇଛି। ଏହାସହିତ ରାଜ୍ୟ ଭିତରେ ଥିବା ଯେ କୌଣସି ଆରଟିଓ ଅଫିସରୁ ଲର୍ଣ୍ଣିଂ ଲାଇସେନ୍ସ ଓ ଚୂଡ଼ାନ୍ତ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇପାରିବ ବୋଲି କମିସନର ଜଣାଇଛନ୍ତି।୨୦୧୯ରେ ସଂଶୋଧିତ ମୋଟର ଯାନ ଆଇନ ୧୯୮୮ ମୁତାବକ ସମଗ୍ର ରାଜ୍ୟକୁ ଏକକ ୟୁନିଟ୍ ଭାବେ ବିବେଚନା କରାଯାଇଛି। ଫଳରେ ରାଜ୍ୟରେ ଥିବା ଯେ କୌଣସି ଆରଟିଓ କାର୍ଯ୍ୟାଳୟରେ ଯେ କୌଣସି ଗାଡ଼ି ମାଲିକ ଗାଡ଼ିର ପଞ୍ଜୀକରଣ, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.