Home ଓଡ଼ିଶା ସ୍ୱୀମୀକୁ ଲାଇଭ ଭିଡିଓ କରି ସ୍ତ୍ରୀ କଲେ ଆତ୍ମହତ୍ୟା, ପରିବାର ବର୍ଗ କଲେ ହତ୍ୟା ଅଭିଯୋଗ

ସ୍ୱୀମୀକୁ ଲାଇଭ ଭିଡିଓ କରି ସ୍ତ୍ରୀ କଲେ ଆତ୍ମହତ୍ୟା, ପରିବାର ବର୍ଗ କଲେ ହତ୍ୟା ଅଭିଯୋଗ

678

ଯାଜପୁର, ୧/୧୧(ଓଡିଆ ପୁଅ ମାନସ ରାଉତ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କଦମପାଳ ଗ୍ରାମର ଜଣେ ମହିଳା ନିଜ ସ୍ୱୀମୀଙ୍କୁ ଲାଇଭ ଭିଡିଓ କରି ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ମୁତାବକ କଦମପାଳ ଗ୍ରାମର ପ୍ରଭାକର ପ୍ରଧାନଙ୍କ ପୁଅ କେଦାର ବଡଚଣା ବ୍ଲକ ସାଉଡିଆ ପଂଚାୟତ ବଣିଆରୀ ଗ୍ରାମର ଫକିର ମହାନ୍ତିଙ୍କ ଝିଅ ପୂଣ୍ଣିମା ପ୍ରଧାନଙ୍କୁ ବୈଦିକ ମତେ ତିନିବର୍ଷ ତଳେ ବିବାହ କରିଥିଲେ। ତେବେ ବିବାହ ପରେ ବିଭିନ୍ନ କାରଣରୁ ସ୍ୱାମୀ ସହିତ ମତାନ୍ତର ହେଉଥିବା ବେଳେ କଳିଝଗଡା ଲାଗିରହୁଥିଲା। ସ୍ୱାମୀ କେଦାର ସାଉଦି ଆରବରେ କାର୍ଯ୍ୟ କରୁଥିବା ବେଳେ ଶଶୁର ପ୍ରଭାକର ଗୁଜୁରାଟରେ ଚାକିରି କରି ନିଜ ପତ୍ନୀଙ୍କ ସହିତ ରହୁଥିଲେ। ଗ୍ରାମରେ ପୂଣ୍ଣିମା କେବଳ ନିଜର ଦେଢ଼ବର୍ଷର ପୁଅ ରେସ୍ମ ପ୍ରଧାନ ସହିତ ରହିଆସୁଥିଲେ। ତେବେ ଗତକାଲି ସଂଧ୍ୟରେ ନିଜ ସ୍ୱୀମୀଙ୍କୁ ଲାଇଭ ଭିଡିଓ କରି ଆତ୍ମହତ୍ୟା କରୁଥିବା କହି ନିଜର ପୁଅକୁ ଘର ବାହାରେ ଛାଡି ଭିତରୁ ପଟୁ କବାଟ ଦେଇ ପ୍ୟାନରେ ଲୁଗା ସାହାର୍ଯ୍ୟରେ ଆତ୍ମହତ୍ୟା କରିଥିଲେ। ସ୍ୱମୀ ତୁରନ୍ତ ପାଖ ପଡୋଶୀକୁ ଖବର ଦେଇଥିଲେ ବି ପାଖ ପଡୋଶୀ ଆସି ପଂହଚିବା ବେଳକୁ ପୂଣ୍ଣିମା ଆତ୍ମହତ୍ୟା କରିସାରିଥିଲେ। ଖବର ପାଇ ପୋଲିସ ଏବଂ ମାଜିଷ୍ଟେସ୍ ଭାବେ ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମିଶ୍ର ଉପସ୍ଥିତ ରହି ଶବକୁ ଉଦ୍ଧାର କରି ବଡଚଣା ମେଡିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ ଜାରି ରଖିଛି। ଅପର ପକ୍ଷରୁ ଝିଅର ଦାଦା ପଦନ ମହାନ୍ତି ବାଲିଚନ୍ଦ୍ରପୁର ଥାନାରେ ଝିଅକୁ ଶାଶୁ ଶଶୁର, ଦିଅର, ବିବାହିତା ନଣଦ, ସ୍ୱମୀ ବିଭିନ୍ନ ସମୟରେ ଶାରୀରିକ ମାନସିକ ନିର୍ଯ୍ୟାତନା ଦେବା ସହିତ।ତଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏପରକି ପୂର୍ବରୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦେଇଆସୁଥିଲେ ବୋଲି ଅଭିଯୋଗରେ କହିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବାଲିଚନ୍ଦ୍ରପୁର ପୋଲିସ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.