Home ଅପରାଧ ନିର୍ଭୟା କାଣ୍ଡ: ୪ ନଭେମ୍ବର ସୁଧା କ୍ଷମା ଯାଚିକା ନକଲେ ଫାଶୀ

ନିର୍ଭୟା କାଣ୍ଡ: ୪ ନଭେମ୍ବର ସୁଧା କ୍ଷମା ଯାଚିକା ନକଲେ ଫାଶୀ

279

ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୪ଜଣ ଅଭିଯୁକ୍ତ ୪ ନଭେମ୍ବର ସୁଧା ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ/ଦୟା ଯାଚିକା ଦାଖଲ ନକଲେ ଫାଶୀ।ତିହାର ଜେଲ ପ୍ରଶାସନ ପକ୍ଷରୁ ଦୋଷୀ ମାନଙ୍କୁ ଏକ ନୋଟିସ ଜାରୀ କରି ସମୟ ସୀମା ଭିତରେ ସେମାନେ କ୍ଷମା ଯାଚିକା ଦାଖଲ ନକଲେ କୋର୍ଟକୁ ଅବଗତ କରି ଫାଶୀ ପ୍ରକ୍ରିୟା ଆରମ୍ଭ କରି ଦିଆଯିବ ବୋଲି ଦର୍ଶାଯାଇଛି।କିନ୍ତୁ, ଏହାପରେ ଅଭିଯୁକ୍ତ ମାନଙ୍କ ଓକିଲ ସେମାନଙ୍କୁ ଜେଲରେ ସାକ୍ଷାତ କରିବା ପରେ ରାଷ୍ଟ୍ରପତିଙ୍କ ପାଖକୁ ଯିବା ପୂର୍ବରୁ ସୁପ୍ରିମକୋର୍ଟରେ ପୁନଃ ସମୀକ୍ଷା ପାଇଁ ଆବେଦନ କରିବେ ବୋଲି କହିଛନ୍ତି।୧୬ ଡିସେମ୍ବର,୨୦୧୨ରେ ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ ଏକ ବସ ଭିତରେ ନିର୍ଭୟାଙ୍କ ସହ ଗଣଦୁଷ୍କର୍ମ ଏବଂ ଅତ୍ୟନ୍ତ ପାଶବିକ ଅତ୍ୟାଚାର କରାଯାଇଥିଲା।ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ନିର୍ଭୟା ଜୀବନ ହାରି ଯାଇଥିଲେ।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.