Home ଜିଲ୍ଲା ପରିକ୍ରମା ଅବହେଳିତ ସରକାରୀ ଆୟୁର୍ବେଦ ଡାକ୍ତରଖାନା

ଅବହେଳିତ ସରକାରୀ ଆୟୁର୍ବେଦ ଡାକ୍ତରଖାନା

84

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅର୍ନ୍ତଗତ ରମ୍ଭିଳା ପଂଚାୟତର ଅଛି ସରକାରୀ ଆୟୁର୍ବେଦ ଡାକ୍ତରଖାନା । ରମ୍ଭିଳା ଓ ଏହାର ଆଖପାଖ ପଂଚାୟତର ସ୍ୱାସ୍ଥ୍ୟ ଭଳି ମୈାଳିକ ସମସ୍ୟାକୁ ଆଖି ଆଗରେ ରଖି ୧୯୭୨ ମସିହାରେ ତତକାଳିନ ସ୍ୱାସ୍‌୍ୟ,ପରିବାର କଲ୍ୟାଣ ମନ୍ତ୍ରୀ ଯୁଗଳକିଶୋର ପଟ୍ଟନାୟକଙ୍କ ଦ୍ୱାରା ଏଠାରେ ପ୍ରତିଷ୍ଠା କରାଯାଇଥିଲା ଏକ ଆର‌୍ୟୁବେଦ ଡାକ୍ତରଖାନା । ଦୀର୍ଘ ବର୍ଷ ଚାଳ ଘରେ ଏହି ଡାକ୍ତରଖାନା ଚାଲିବା ପରେ ୨୦୦୩ ମସିହାରେ ପୂର୍ବତନ ସାଂସଦ ସ୍ୱର୍ଗତ ଅର୍ଜୁନ ଚରଣ ସେଠୀଙ୍କ ପ୍ରଚେଷ୍ଟାରେ ଗଢିଉଠିଲା ଡାକ୍ତରଖାନାର ନୂତନ ଭବନ । ଏହାକୁ ସେତେବେଳର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ଭଦ୍ରକର ତତକାଳିନ ବିଧାୟକ ତଥା ଏବର ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଉଦଘାଟନ କରିଥିଲେ । ଏ ଅଂଚଳର ଲୋକମାନଙ୍କ ମନରେ ସେତେ ବେଳେ ସୃଷ୍ଟି ହୋଇଥିଲା ନୂଆ ଆଶା ଆର‌୍ୟୁବେଦିକ ଔଷଧକୁ ନେଇ । ହେଲେ ସବୁ ଆଶା ଆଶାରେ ରହିଗଲା । ଦୀର୍ଘ ୧୭ ବର୍ଷ ପରେ ବି ଆଜି ଏହି ଡାକ୍ତରଖାନା ଅବହେଳିତ ଅବସ୍ଥାରେ । ଏହି ଡାକ୍ତରଖାନାର ଚାରିପଟେ ଜଙ୍ଗଲରେ ଭର୍ତ୍ତି । ତା ଛଡା ଏଠି ନିଯୁକ୍ତି ପାଇଥିବା ଡାକ୍ତର ଦିନେ ଆସି ଆଗୁଆ କିଛି ଦିନ ପାଇଁ ଉପସ୍ଥାନ ଖାତାରେ ଦସ୍ତଖତ ମାରି ଘରେ ରହିଯାଆନ୍ତି । କେତେ ବେଳେ କେହି ରୋଗୀ ଆସିଲେ ତାଙ୍କୁ ଫାର୍ମାସିଷ୍ଟ ହିଁ ଭରଷା ସେ ପୁଣି ଅଧେ ଦିନ ଆସିଲେ ଅଧେ ଦିନ ନାହିଁ । ତା ଛଡା ରୋଗୀ ଉପସ୍ଥାନ ଖାତାରେ ମିଛ ନାମ ଲେଖି ଔଷଧକୁ ବାହାରେ ବିକାଯାଉଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି । ଗତକାଲି ସମାଜସେବୀ ତଥା ଏପିଜେ ଅବଦୁଲ କାଲାମ ଟ୍ରଷ୍ଟର ସଭାପତି ଶମ୍ଭୁନାଥ ନାୟକ ଓ ଟ୍ରଷ୍ଟର କେତେକ ସଭ୍ୟ ଡାକ୍ତରଖାନା ଯାଇ ଏ ଅନିୟମିତତା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଯାହା ଫଳରେ ଜଣେ ବ୍ୟକ୍ତି ସେମାନଙ୍କୁ ଖରାପ ଭାଷାରେ ଗାଳି ଦେଇଥିବା ନେଇ ଗ୍ରାମାଂଚଳ ଥାନରେ ଅଭିଯୋଗ କରିଛନ୍ତି ଟ୍ରଷ୍ଟର ସଦସ୍ୟ ମାନେ । ଡାକ୍ତରଖାନା ନାମରେ ଆସୁଥିବା ଟଙ୍କା ମିଲିଭଗତରେ ହରିଲୁଟ ହେଉଥିବା କଥା ଗ୍ରାମବାସୀ ମାନେ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଦରଖାସ୍ତ ମାଧ୍ୟମରେ ଅବଗତ କରିଛନ୍ତି । ଆଗାମୀ ଦିନରେ ତଦନ୍ତ କରି ଡାକ୍ତରଖାନାର ପୁନରୁଦ୍ଦାର ନ କଲେ ଆନ୍ଦୋଳନ ହେବ ବୋଲି ଏପିଜେ ଅବଦୁଲ କାଲାମ ଟ୍ରଷ୍ଟର ସମ୍ପାଦକ ମାନସ ମିଶ୍ର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.