Home ଜିଲ୍ଲା ପରିକ୍ରମା ବିଧାୟକ ପ୍ରାର୍ଥୀତ୍ୱ ପାଇଁ ବିଜେପିକୁ ଆବେଦନ କଲେ ସୁରେଶ ସାମଲ

ବିଧାୟକ ପ୍ରାର୍ଥୀତ୍ୱ ପାଇଁ ବିଜେପିକୁ ଆବେଦନ କଲେ ସୁରେଶ ସାମଲ

28

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରୁ ବିଜେପି ଟିକେଟରେ ନିର୍ବାଚନ ଲଢିବା ପାଇଁ ଭାରତୀୟ ଜନତା ପାର୍ଟି ପୂର୍ବତନ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସୁରେଶ ସାମଲ ଆବେଦନ କରିଥିବା ଜଣାଯାଇଛି । ରାଜ୍ୟ ସଭାପତିଙ୍କୁ ସୁରେଶ ବାବୁ ପଠାଇଥିବା ଆବେଦନରେ ଛାତ୍ର ଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗଦେଇ ଜିଲ୍ଲା ସମ୍ପାଦକ ଓ ଉପସଭାପତି ଦାଇତ୍ୱ ସଫଳତାର ତୁଲାଇଥିଲେ ବୋଲି ଉଲ୍ଲେଖ କରିଛନ୍ତି । ୧୯୯୬ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ଭାରତୀୟ ମଜଦୁର ମହାସଂଘ ଜିଲ୍ଲା ସଭାପତି, ଦଳର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସାଙ୍ଗଠନିକ କାର୍ଯ୍ୟ ଦକ୍ଷତାର ସହ ସମ୍ପାଦନ କରିଥିଲେ । ୨୦୦୭ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ପଞ୍ଚାୟତ ସମିତି ସଦସ୍ୟ ଭାବେ ପ୍ରତ୍ୟକ୍ଷରେ ନିର୍ବାଚିତ ହୋଇଥିଲେ । ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ଭାବେ ବିଜେପି ଯିକେଟରେ ପ୍ରତିଦ୍ୱନ୍ଦିତା କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ଦଳ ପକ୍ଷରୁ ସୁଯୋଗ ପ୍ରଦାନ କରାଗଲେ ନିଷ୍ଠାର ସହ ପ୍ରତିଦ୍ୱିନ୍ଦିତା କରିବେ ଓ ବିଜେପିର ସଙ୍ଗଠନ ଓ ଆଦର୍ଶକୁ ବିସ୍ତାର କରିବେ ବୋଲି ଆବେଦନପତ୍ରରେ ଦର୍ଶାଇଛନ୍ତି । ଏଥିପ୍ରତି ଦଳର ଶିର୍ଷ ନେତୃତ୍ୱ ବିଚାର କରି ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ଶ୍ରୀ ସାମଲ ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.