Home ଓଡ଼ିଶା ନୟାଗଡ଼ ଜିଲାରେ କରୋନା ତିନିହଜାର ମୁହାଁ, ଆଜି ଜଣେ ମୃତ

ନୟାଗଡ଼ ଜିଲାରେ କରୋନା ତିନିହଜାର ମୁହାଁ, ଆଜି ଜଣେ ମୃତ

59

ନୟାଗଡ଼, ୩୧ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ହଜାର ମୁହାଁ ହୋଇଛି। ଗତକାଲି ସୁଦ୍ଧା ୨୮୯୫ ହୋଇଥିବାବେଳେ ଆଜି ପୁଣି ୯୧ ପଜିଟିଭ୍ ଚିହ୍ନଟ ହୋଇଛି। ଫଳରେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସମୁଦାୟ ୨୯୮୬ ହୋଇ ୩ ହଜାରକୁ ଛୁଇଁଛି। ଅନ୍ୟପକ୍ଷରେ କରୋନା ଆକ୍ରାନ୍ତ ସୁସ୍ଥତାଙ୍କ ସଂଖ୍ୟ ମଧ୍ୟ ବଢିଛି। ଜିଲାରେ ଅଦ୍ୟାବଧି କରୋନା ସୁସ୍ଥତାଙ୍କ ସଂଖ୍ୟା ୧୯୪୮ ହୋଇଥିବାବେଳେ ୯୩୩ଜଣ କରୋନା ଆକ୍ରାନ୍ତ ଚିକିତ୍ସା ଅବସ୍ଥାରେ ଅଛନ୍ତି। ଆଜି ଜଣେ ୭୬ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତରେ ମୃତ୍ୟୁ ବରଣ କରିଥିବାବେଳେ ଜିଲାରେ ସମୁଦାୟ ଆଜି ସୁଦ୍ଧା ୧୪ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.