Home ଓଡ଼ିଶା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ ସାହୁଙ୍କୁ କରୋନା

କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ ସାହୁଙ୍କୁ କରୋନା

49

ନୟାଗଡ଼, ୩୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି, ଉଚ୍ଚଶିକ୍ଷାମନ୍ତ୍ରୀ ଡଃ ଅରୁଣ କୁମାର ସାହୁଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ତାଙ୍କର କରୋନା ପଜିଟିଭ୍ ଆସିଥିବା ସେ ନିଜେ ନିଜର ଟ୍ୱିଟର ଆକାଉଂଟରେ ସୂଚନା ଦେଇଛନ୍ତି। ସେ ବର୍ତ୍ତମାନ ଭଲରେ ଅଛନ୍ତି ଏବଂ ଗୃହ ସଙ୍ଗରୋଧରେ ରହିଥିବା ଜଣାଇଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ନିଜର କୋଭିଡ୍ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି। ସେ ଆଜି ମଧ୍ୟ ନୟାଗଡ଼ ପୌର ପରିଷଦ ଜୁମ୍ ଆପ ମାଧ୍ୟମରେ ସ୍ୱାୟତ୍ତ ଶାସନ ଦିବସ ପରିପ୍ରେକ୍ଷିରେ ବକ୍ତବ୍ୟ ରଖିଥିିବାବେଳେ କୋଭିଡ ପରୀକ୍ଷା ଦେଇଥିବା ସୂଚନା ଦେଇଥିଲେ। ଯେହେତୁ ସମସ୍ତଙ୍କ ସହିତ ମିଶିଛନ୍ତି ରିପୋର୍ଟ କ’ଣ ଆସୁଛି ବୋଲି ଅପେକ୍ଷାରେ ଅଛନ୍ତି ବୋଲି କହିିଥିଲେ। ଅପରାହ୍ନରେ ତାଙ୍କର କରୋନା ପଜିଟିଭ୍ ଆସିଥିବା ଜାଣିବା ପରେ ସେ ନିଜ ଟ୍ୱିଟରରେ ଏହି ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.