Home ଓଡ଼ିଶା ନୟାଗଡ଼ରେ ନିରାଡ଼ମ୍ବରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ନୟାଗଡ଼ରେ ନିରାଡ଼ମ୍ବରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

54

ନୟାଗଡ଼, ୩୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୌର ପରିଷଦରେ ସୋମବାର ନିରାଡ଼ମ୍ବର ସହକାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଜୁମ୍ ଆପ୍ ଦ୍ୱାରା ଏକ ଭର୍ଚ୍ୟୁଆଲ ମିଟିଙ୍ଗ ମାଧ୍ୟମରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୟାଗଡ଼ ପୌରପରିଷଦ ବିକାଶର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ଦେବା ସହିତ ନୟାଗଡ଼କୁ ଏକ ବିକଶିତ ଜିଲାଭାବେ ଗଢି ତୋଳିବାକୁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏଥିସହିତ ପ୍ରତ୍ୟେକ ବ୍ୟକ୍ତି ମାନସିକ ସ୍ତରରେ ନିଜେ ନିଜକୁ ଜଣେ ସାମାଜସେବୀ ଭାବେ ବିବେଚନା କଲେ ସମାଜର ସାମୁହିକ ବିକାଶରେ ଉନ୍ନତି ଘଟିବ ବୋଲି କହିଥିଲେ। ସଭାରେ ଜିଲାପାଳ ଡଃ ପୋମା ଟୁଡୁ ଅଧ୍ୟକ୍ଷତା କରିଥିଲାବେଳେ ଜିଲାର ଶୋଭାରାଜିରେ ନୟାଗଡ଼ ଆଗଉଛୁ ବୋଲି କହିଥିଲେ। ଏଥିରେ ସମ୍ମାନୀତ ଅତିଥିଭାବେ ପିଡି ସୁବାଷ ଚନ୍ଦ୍ର ରାୟ ଯୋଗଦେଇଥିଲାବେଳେ ପୌର ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ବିକାଶ ପଥରେ ନୟାଗଡ଼ ପୌରପରିଷଦ ଓ ଏହାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ସୂଚନା ଦେଇଥିଲେ। କୃଷିମନ୍ତ୍ରୀ ଡଃ ସାହୁ ୬୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କ୍ଷୁଦ୍ର ଜୈବିକ ଖତ ପ୍ରସ୍ତୁତ କେନ୍ଦ୍ର ଓ ୪୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୁଖିଲା ବର୍ଯ୍ୟବସ୍ତୁ କେନ୍ଦ୍ରକୁ ଭର୍ଚ୍ୟୁଆଲ ସଭା ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ପ୍ରତ୍ୟୃଷରେ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିବାବେଳେ ପୂର୍ବାହ୍ନରେ ଜିଲାପାଳ ପୌର ପରିଷଦ ପରିସରରେ ପତାକା ଉତ୍ତୋଳନ କରିଥିଲେ। ଏହି ଭର୍ଚ୍ୟୁଆଲ୍‌ ମିଟିଙ୍ଗରେ ବହୁ ସଂଖ୍ୟାରେ ବିଭିନ୍ନ ବର୍ଗର ଲୋକ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.