Home ଓଡ଼ିଶା ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅଂଚଳରେ ମରୁଡି ଆସନ୍ନ

ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅଂଚଳରେ ମରୁଡି ଆସନ୍ନ

110

ଓଡିଆ ପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)୮/୯/ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅଂଚଳ ଏକ କୃଷି ପ୍ରଧାନ ଅଂଚଳ ହିସାବରେ ପରିଚିତ । ଶତକଡା ୮୦ ଭାଗ ଲୋକ ନିଜର ଜିବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି । ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁଁ କୃଷକମାନେ ନଦୀ ଓ ପୁଷ୍କରିଣୀରୁ ଉଠାଜଳସେଚନ ମାଧ୍ୟମରେ ପାଣି ମଡାଇ ଧାନ ଚାଷ କରିଥିଲେ । ରାଜ୍ୟରେ ଅନେକ ଅଂଚଳରେ ବର୍ଷା  ଯୋଗୁଁ ବନ୍ୟା,ବାତ୍ୟା ହୋଇଥିବା ବେଳେ ରଣପୁର ଅଂଚଳରେ କମ୍ ବୃଷ୍ଟିପାତ ହୋଇଥିବା ଜଣାପଡିଛି । ଯାହା ଫଳରେ ଧାନ ଜମି ଫାଟି ଆଁ କଲାଣି । କୃଷକମାନେ ବିଭିନ୍ନ ବ୍ୟାଙ୍କ୍‌, ସମବାୟ ସମିତି,ମହିଳା ସ୍ୱଂୟ ସହାୟିକା ଗୋଷ୍ଠିରୁ ଋଣ ଆଣି ଧାନଚାଷ କରିଥିଲେ । ମରୁଡି ଆସନ୍ନ ଯୋଗୁଁ ଋଣ ପରିଶୋଧ କରିବା ଚିନ୍ତାରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସୁଥିବା ଜଣାପଡିଛି ।

ଏ ସଂପର୍କେ ରଣପୁର କୃଷି ଅଧିକାରୀ ଶୁଭେନ୍ଦୁ ସିଂ ଦେଓଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ପ୍ରତି ସପ୍ତାହରେ ବର୍ଷା ଓ ମରୁଡି ସଂପର୍କୀତ ରିପୋର୍ଟ ଜିଲ୍ଲାକୁ ପ୍ରଦାନ କରାଯାଉଅଛି ।  ଏ ସଂପର୍କେ ନୟାଗଡ କୃଷି ଅଧିକାରୀ ଆୟୁର୍‌ଦେହୀ ମିଶ୍ରଙ୍କ ସହ ଯୋଗାଯୋଗ କରିବା ପରେ କୁହନ୍ତି ଯେ ରଣପୁର ବ୍ଲକ୍ କୃଷି ଅଧିକାରୀଙ୍କଠାରୁ ମରୁଡି ସଂପର୍କୀତ ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ । ରିପୋର୍ଟ ଆସିଲେ ଅନୁଧ୍ୟାନ କରାଯିବ । ରଣପୁର କୃଷକ ମାନଙ୍କର ଲାଇଫ୍ ଲାଇନ୍ ମନ୍ଦାକିନୀ ନଦୀ ଶୁଖିଲା ପଡିଥିବା ବେଳେ ବିଶେଷତଃ ନଦୀର ଉଭୟ ପାଶ୍ୱର୍ ବଳରାମପୁର,ଲତାର, ସୁଭଦ୍ରାପୁର ଆଦି ଅଂଚଳ ବିଶେଷତଃ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ରଣପୁର କୃଷି ଅଧିକାରୀ ଆସନ୍ନ ମରୁଡି ଅଂଚଳ ବୁଲି  ଜିଲ୍ଲ୍‌ା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିବା ପାଇଁ କୃଷକମାନେ ଅନୁରୋଧ କରିଛନ୍ତି  । ଯାହାଫଳରେ ରଣପୁର ଅଂଚଳକୁ ମରୁଡି ପ୍ରଭାବିତ ଅଂଚଳ ବୋଲି ଘୋଷଣା ହୋଇପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.