Home ଓଡ଼ିଶା ରଣପୁର ତହସିଲ୍ ଅଂଚଳରେ ରାଜସ୍ୱ ଜଂଗଲ କାଟି ବେଆଇନ୍ ରାସ୍ତା ନିର୍ମାଣ

ରଣପୁର ତହସିଲ୍ ଅଂଚଳରେ ରାଜସ୍ୱ ଜଂଗଲ କାଟି ବେଆଇନ୍ ରାସ୍ତା ନିର୍ମାଣ

55

ଓଡିଆ ପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)୮/୯/ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅଂଚଳରେ ଥିବା ରାଜସ୍ୱ ଜଂଗଲ ଗୁଡିକୁ କାଟି କିଛି ଠିକାଦାର୍ ପଥର ଚାଲାଣ ପାଇଁ ବେଆଇନ୍  ରାସ୍ତା ନିର୍ମାଣ କରୁଥିବା ଜଣାପଡିଛି । ରାଜସ୍ୱ ଜଂଗଲ ଗୁଡିକରୁ ବହୁ ଔଷଧୀୟ ବୃକ୍ଷ ନଷ୍ଟ ହେବା ସହ ପାହାଡ ଗୁଡିକ ମଧ୍ୟ ନଷ୍ଟ ହେବାରେ ଲାଗିଛି । ରଣପୁର ତହସିଲ୍ କର୍ମଚାରୀ ଏଥିପ୍ରତି ଦୃଷ୍ଟି ନଦେଇ କେହି ଗୃହ ନିର୍ମାଣ ପାଇଁ କେହି ଗୃହ ପୋତିବାକୁ  ନିଜସ୍ୱ ଜାଗାରୁ ମୋରସ୍ ମାଟି ଆଣୁଥିଲେ ।  ସେମାନଙ୍କ ଠାରୁ ଗାଡି ଜବତ କରି ଜୋରିମାନା ଆଦାୟରେ ବ୍ୟସ୍ତ ରହିଛନ୍ତି ।

ରଣପୁର ତହସିଲ୍ ଲୋଧାଛୁଆ ଆର୍ ଆଇ ସର୍କଲ୍ ଓଇଲମା ଭାଲିଆମୋଡ ଛକରେ ଥିବା ରାଜସ୍ୱ ଜଂଗଲ କଟାଯାଇ ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି । ସଂପୃକ୍ତ ଲୋଧାଛୁଆ ଆର୍ ଆଇ ସୁଶାନ୍ତ ସେଠୀଙ୍କୁ ପଚାରିବାରେ କୁହନ୍ତି ସେଠାରେ ଏକ ଖଣି ନିଲାମ ଦିଆଯାଇଛି କି କଣ ସେକଥା ମୁଁ ଜାଣି ନାହିଁ । ଗଛ କାଟି ରାସ୍ତା କିଏ ନିର୍ମାଣ କରୁଛି ଅନୁଧ୍ୟାନ କଲେ ଜଣାପଡିବ । ଏ ସଂପର୍କେ ରଣପୁର ତହସିଲ୍‌ଦାର୍‌ଙ୍କ ସହ  ମୋବାଇଲ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.