Home ଓଡ଼ିଶା ଇମ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ମୁଖ୍ୟମନ୍ତ୍ରୀ ଘଂଟ ଘୋଡାଉଛନ୍ତି – ଯୁବ କଂଗ୍ରେସ

ଇମ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ମୁଖ୍ୟମନ୍ତ୍ରୀ ଘଂଟ ଘୋଡାଉଛନ୍ତି – ଯୁବ କଂଗ୍ରେସ

64

ଭୁବନେଶ୍ୱର ୮-୯ (ଓଡ଼ିଆ ପୁଅ) – ଭୁବନେଶ୍ୱରସ୍ଥିତ ଇମ୍ଫୋସିଟି ଅଂଚଳରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ମୁଖ୍ୟମନ୍ତ୍ରୀ ଘଂଟ ଘୋଡାଉଛନ୍ତି ବୋଲି ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ରଂଜିତ୍ ପାତ୍ର ଏବଂ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ସ୍ୱାଗତ କର ଅଭିଯୋଗ କରିଛନ୍ତି। ଓଡିଶା ଭାରତରେ ମହିଳା ଦୁଷ୍କର୍ମ କ୍ଷେତ୍ରରେ ୧ନଂ ରାଜ୍ୟର ନିନ୍ଦା ବହନ କରୁଛି। ତଥାପି ମୁଖ୍ୟମନ୍ତ୍ରୀ ବେଫିକର। ସବୁଠାରୁ ଲଜ୍ଜାକର ବିଷୟ ଏହିକି ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ମନ୍ତ୍ରୀ ଏବଂ ୨୦ ବର୍ଷ ଧରି ଏହି ବିଭାଗଟି ଅପାରଗ ହୋଇପଡିଛି। ଏହି ପ୍ରସଙ୍ଗରେ ଆଜି ଶ୍ରୀ ପାତ୍ର ଓ ଶ୍ରୀ କରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମକର୍ତା ଓ କର୍ମୀମାନେ କଂଗ୍ରେସ ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଂଟିନ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ- ସ୍ମୃତିରଂଜନ ଲେଙ୍କା ଅଂଶଗ୍ରହଣ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ବିଭାଗ ଦାୟିତ୍ୱ ନିଭେଇବାରେ ଅସମର୍ଥ ହୋଇ ପଡିଛନ୍ତି। ଇମ୍ଫୋସିଟି ଅଂଚଳର ନାବାଳିକାକୁ ପୋଲିସ ଓ ଏକ ନିର୍ଦ୍ଦଷ୍ଟ ମିଡିଆର କର୍ମଚାରୀ ଏବଂ ଅନ୍ୟ ଅପରାଧି ଅତି ନିର୍ମମ ଭାବରେ ୧୦ ଦିନ ଧରି ଗଣଦୁଷ୍କର୍ମ କରିବା ପରେ ଏ ପର୍ଯ୍ୟନ୍ତ ଅପରାଧି ବାହାରେ ବୁଲୁଛନ୍ତି ଏବଂ ସମସ୍ତ ଅପରାଧିଙ୍କୁ ଗିରଫ କରିବା ପାଇଁ ପୋଲିସ ଅସମର୍ଥ ହୋଇଛି। ଲକ୍‌ଡାଉନ୍ ସମୟରେ ଲୋକେ ବଂଚି ରହିବା ପାଇଁ ସଂଘର୍ଷ କରୁଥିବା ବେଳେ କିଛି ପୋଲିସ କର୍ମଚାରୀ, ଏକ ନିର୍ଦ୍ଦିଷ୍ଟ ମିଡିଆର ପ୍ରତିନିଧି ଓ ଅନ୍ୟାନ୍ୟ ଲୋକ ଯେଉଁଭଳି ଭାବରେ ଗଣଦୁଷ୍କର୍ମ କରିଛନ୍ତି ତାହା ଅତି ଲଜ୍ଜାର ବିଷୟ। ଏଠି ବାଡ ଫସଲ ଖାଉଛି। ପୋଲିସ ଓ ଏକ ନିର୍ଦ୍ଦିଷ୍ଟ ମିଡିଆର କର୍ମଚାରୀ ଯିଏକି ନାରୀଙ୍କୁ ସୁରକ୍ଷା ଦେବା କଥା ସେମାନେ ନିଜେ ଗଣଦୁଷ୍କର୍ମକାରୀ ହୋଇପଡିଛନ୍ତି। ମୁଖ୍ୟମନ୍ତ୍ରୀ ଯେତେଚେଷ୍ଟା କଲେବି ଏହି ଘଟଣା ଚପି ରହିପାରିବ ନାହିଁ। ନାବାଳିକା ନ୍ୟାୟ ପାଇବା ପର୍ଯ୍ୟନ୍ତ ଯୁବ କଂଗ୍ରେସ ଆନ୍ଦୋଳନ ଜାରି ରଖିବ। ଏହି ପରିପ୍ରେକ୍ଷୀରେ ଯୁବ କଂଗ୍ରେସ ମାଷ୍ଟରକ୍ୟାଂଟିନ୍ ଛକରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲା। ଏହି ଘଟଣାର ଅପରାଧିମାନଙ୍କୁ ତୁରନ୍ତ ଗିରଫ କରାଯାଇ ଫାଷ୍ଟ ଟ୍ରାକ୍ କୋର୍ଟରେ ଦଣ୍ଡ ବିଧାନ କରାଯିବା ସହ ନାବାଳିକାକୁ କ୍ଷତି ପୂରଣ ବାବଦକୁ ସରକାର ତୁରନ୍ତ ୫୦ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବାକୁ ଯୁବ କଂଗ୍ରେସ ଦାବି କରିଛି।

ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ମୁଖପାତ୍ର ସର୍ବଶ୍ରୀ ଅଜୟ କୁମାର ସାହୁ, ବଟକୃଷ୍ଣ ରାଉତରାୟ, ବିରଂଚି ବାରିକ, ଜ୍ୟୋତିପ୍ରକାଶ ଆଚାର୍ଯ୍ୟ, ସୁରଜ ରାଉତ, ଗୌତମ ଦାସ, ଜ୍ଞାନରଂଜନ ରାଉତ, ଆଶୁତୋଷ ଲେଙ୍କା, ରିତୁଲ୍ ମହାରଣା, ପିୟୁସ ଜେନା, ଗୁଣନିଧି ବସ୍ତିଆ, ରଣଜିତ୍ ସେନାପତି ଓ ସାଗର ପଟ୍ଟନାୟକ ପ୍ରମୁଖ ବହୁ ଯୁବ କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.