Home ଜିଲ୍ଲା ପରିକ୍ରମା ସିଟୁ ପକ୍ଷରୁ କୃଷି ଓ ଶ୍ରମିକ ବିରୋଧୀ ଆଇନ୍ ପ୍ରତ୍ୟାହାର ଦାବିରେ ଟ୍ରାକ୍ଟର ରାଲି ଓ...

ସିଟୁ ପକ୍ଷରୁ କୃଷି ଓ ଶ୍ରମିକ ବିରୋଧୀ ଆଇନ୍ ପ୍ରତ୍ୟାହାର ଦାବିରେ ଟ୍ରାକ୍ଟର ରାଲି ଓ ଜନତା ପ୍ୟାରେଡ୍

20

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୃଷି ଓ ଶ୍ରମିକ ବିରୋଧୀ ଆଇନ୍ ପ୍ରତ୍ୟାହାର ଦାବିରେ ସିଟୁ ପକ୍ଷରୁ ସହରରେ ଏକ ଅଭିନବ ଟ୍ରାକ୍ଟର ରାଲି ଓ ଜନତା ପ୍ୟାରେଡ୍ ଦେଖିବାକୁ ମିଳିଥିଲା । ଏହି ଟ୍ରାକ୍ଟର ଶୋଭାଯାତ୍ରାରେ ବହୁ ମହିଳା ଓ ପୁରୁଷ ଯୋଗଦେଇ ବନ୍ତଛକରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ଦେଇ ସହର ପରିକ୍ରମା କରିବା ପରେ ଅପର୍ତ୍ତିବିନ୍ଧା ଷ୍ଟେଟ୍ ବ୍ୟାଙ୍କ ଛକଠାରେ ସମବେତ ହୋଇ ଶ୍ରମିକ ଓ କୃଷକମାନଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିରେ ବିଶିଷ୍ଟ ବାମପନ୍ଥୀ ନେତା ସନ୍ତୋଷ ଦାସ ନେତୃତ୍ୱ ନେଇଥିଲେ । ଶ୍ରମିକ ନେତା ଦିବ୍ୟସିଂହ ନାୟକ, ରାଧା ଦାସ, ଚନ୍ଦ୍ରଶେଖର ନାୟକ, ନିରଂଜନ ପାଣି, ପ୍ରଭାସ ମହାପାତ୍ର, ମହେଶ୍ୱର ନାୟକ, ରବି ନାୟକ, ରମେଶ ସାହୁ, ମଣ୍ଟୁ ମୁଣ୍ଡା, ସେକ୍ ସିକୁ, ସେକ୍ କାଲୁ, ସେକ୍ କମର, ମିର ନଇମୁଦ୍ଦିନ୍‌, ସୀତା ଦାସ, ଶାନ୍ତିଲତା ନାୟକ, ବିଷ୍ଣୁ ଦାଶ, ମଳୟ ଭୋଇ, ବିକାଶ ନାଥ, ଗୟାଧର ସାହୁ, ପ୍ରହ୍ଲାଦ ପତି, ମୁକ୍ତିକାନ୍ତ ବାରିକ, ପ୍ରଫୁଲ୍ଲ ପାଢୀ ପ୍ରମୁଖ ଏଥିରେ ଯୋଗଦେଇଥିଲେ । ଅନୁରୂପ ସହରର ଚରମ୍ପା, କଚେରୀ ବଜାର, ପୁରୁଣାବଜାର ଠାରେ ବିଭିନ୍ନ ଶ୍ରମିକ ୟୁନିୟନ୍ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସମଗ୍ର ଦେଶରେ କୃଷକ ବିରୋଧୀ ୩ ଟି କୃଷି ଆଇନ୍ ପ୍ରତ୍ୟାହାର ସହ ଶ୍ରମିକ ବିରୋଧୀୟ ୪ଟି ଶ୍ରମ କୋର୍ଡକୁ ବାତିଲ କରିବା, ବିଦ୍ୟୁତ୍ ବିଲ୍ ପ୍ରତ୍ୟାହାର, ରାଷ୍ଟ୍ରାୟତ କଳକାରଖାନା ବିକ୍ରି ବନ୍ଦ କରିବା, ଦରବୃଦ୍ଧି ରୋକିବା ସହ ଗଣତନ୍ତ୍ର ଓ ସମ୍ବିଧାନକୁ ରକ୍ଷା କରିବା ପାଇଁ ସିଟୁର ଜିଲା ସଭାପତି ଦିବ୍ୟସିଂହ ନାୟକ ଦେଶବାସୀଙ୍କୁ ଏକ ହେବାକୁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.