Home ଜିଲ୍ଲା ପରିକ୍ରମା ନିରାଡମ୍ବର ଭାବେ ଭଦ୍ରକରେ ପାଳିତ ହେଲା ମହରମ ପର୍ବ, ପ୍ରଶାସନର କଟକଣା ମାନି ଘରେ ରହି...

ନିରାଡମ୍ବର ଭାବେ ଭଦ୍ରକରେ ପାଳିତ ହେଲା ମହରମ ପର୍ବ, ପ୍ରଶାସନର କଟକଣା ମାନି ଘରେ ରହି ନମାଜ ପଢ଼ିଲେ

45

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ୟାଗ ବଳିାନର ପର୍ବ ତଥା ଇସଲାମ ଧର୍ମର ପ୍ରଥମ ମାସ ମହରମ ପର୍ବ ଆଜି ଭଦ୍ରକ ସହରରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଛି । ଗତବର୍ଷ ଠାରୁ କ୍ରମାଗତ ଦ୍ୱିତୀୟ ବର୍ଷରେ ଏହି ପବିତ୍ର ମହରମ ପର୍ବ କରୋନା ସଂକ୍ରମଣ ପାଇଁ ସମ୍ପୂର୍ଣ୍ଣ ଫିକା ପଡ଼ିଛି । ଏହି ପର୍ବ ଇସଲାମ ଧର୍ମରେ ଚନ୍ଦ୍ର ଗଣନାକୁ ଆଧାର କରି ପାଳନ କରାଯାଇଥାଏ । ଗତ ମଙ୍ଗଳବାର ସଂଧ୍ୟାରେ ଚନ୍ଦ୍ରକୁ ଦେଖି ବୁଧବାର ଇସଲାମ ଧର୍ମର ନବବର୍ଷ ତଥା ମହରମ ପର୍ବ ପାଳନ କରାଯାଇଥିଲା । ଏବଂ ଚନ୍ଦ୍ରର ଆଜି ୧୦ ଦିନ ତଥା(ୟମେ-ଅସୁରା) ୟାଦେଁ ଏମାମ ହେସେନ ଶୁକ୍ରବାରରେ ପର୍ବ ପାଳନ କରାଯାଇଥିଲା । ଏହାକୁ ମହରମ ପର୍ବ କୁହାଯାଏ । ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ନାତି ହଜରତ ଏମାମ୍ ହୋସେନ କରବଲା ମଇଦାନରେ ସହିଦ ହୋଇଥିଲେ । ଏହି ମହରମ ପର୍ବରେ ପ୍ରତ୍ୟେକ ଛକ ସହିତ ଟ୍ରେନିଂ ସ୍କୁଲ ପଡ଼ିଆ, ମଦିନା ମଇଦାନରେ ଧର୍ମସଭାର ଆୟୋଜନ ହେଉଥିଲା । କିନ୍ତୁ କରୋନା କଟକଣା ପାଇଁ ଆଜି କୌଣସି ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ନାହିଁ । ଏହି ପର୍ବରେ ଏମାମ ହୋସେନଙ୍କ ସ୍ମୃତିରେ ପ୍ରତ୍ୟେକ ଘରେ ଉପବାସ ରଖନ୍ତି ଓ କୋରାନ ପଢ଼ନ୍ତି । ତେବେ ପ୍ରଶାସନର କଟକଣାକୁ ମାନି ଚଳିତ ବର୍ଷ ଶ୍ରଦ୍ଧାଳୁ ଘରେ ରହି ଏହି ପର୍ବ ପାଳନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.