Home ଜିଲ୍ଲା ପରିକ୍ରମା ଦେଶୀ ଓ ବିଦେଶୀ ମଦ ସହ ବାଇକ୍ ଜବତ, ୧ ଗିରଫ

ଦେଶୀ ଓ ବିଦେଶୀ ମଦ ସହ ବାଇକ୍ ଜବତ, ୧ ଗିରଫ

57

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲାପାଳ ତ୍ରିଲୋଚନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଓ ଜିଲା ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଭଦ୍ରକ ଜିଲା ଅବକାରୀ ବିଭାଗର ଭ୍ରାମ୍ୟମାଣ ସ୍କ୍ୱାର୍ଡର ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକ , ବାସୁଦେବପୁର ଅବକାରୀ ଥାନାଧିକାରିଣୀ ସ୍ୱାତୀ ପଟ୍ଟନାୟକ, ଏଏସ୍‌ଆଇ ଭବେଶ ଦାସ, ଜେମାମଣି ଜାମୁଡା, ଖଗେଶ୍ୱର ଜେନା, ଅନବାଦିତ୍ୟ ବାରିକଙ୍କୁ ନେଇ ଗଠିତ ଟିମ୍ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଓକରା ନିକଟରେ ଚଢାଉ କରିଥିବାବେଳେ ରସାନନ୍ଦ ବେହେରାଙ୍କ ପୁତ୍ର ସୁଶାନ୍ତ ଓରଫ କାଠିଆ (୨୮ ) ଫେରାର ହୋଇଯାଇଥିଲା । ସେମାନଙ୍କ ନିକଟରୁ ଓଡି-୨୨ଜେ-୨୨୨୭ ନମ୍ବରର ଏକ ହିରୋ ଡୁଏଟ୍ ସ୍କୁଟି ସହ ୬୦ ଲିଟର ଦେଶୀ ମଦ ଜବତ କରିଛନ୍ତି । ସେହିଭଳି ଅର୍ଣ୍ଣପାଳ ମଧୁସୂଦନପୁର ନିକଟରୁ ସହଦେବ ପୃଷ୍ଟି ଓରଫ ବାପୁନ୍ (୨୧) ନାମକ ଯୁବକକୁ ଗିରଫ କରି ତା ନିକଟରୁ ୩.୯୦୦ ଲିଟର ବିୟର ଓ ୨.୫୨୦ ଲିଟର ଆଇଏମ୍‌ଏଫ୍‌ଏଲ୍ ମଦ ଜବତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.