Home ଜିଲ୍ଲା ପରିକ୍ରମା ଶଙ୍ଖଣାରେ ସଂଗ୍ରାମଙ୍କ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ

ଶଙ୍ଖଣାରେ ସଂଗ୍ରାମଙ୍କ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ

54

ହାଟଡ଼ିହି,୨୦ /୭/ : ( ଓଡିଆପୁଅ / ବିକାଶ ବିଶ୍ୱାଳ) ପୁର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା (ବାପି)ଙ୍କର ନିଜ ଜନ୍ମମାଟି ଶଙ୍ଖଣା ଗ୍ରାମରେ ଏକ ଶୋକାକୁଳ ପରିବେଶରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ ହୋଇଛି । ଆଜି ମଧ୍ୟାହ୍ନରେ ତାଙ୍କ ପାର୍ôଥବ ଶରୀରକୁ ବେଲବାହାଳି ନିକଟରୁ ସ୍ୱାଗତ କରାଯାଇ ଗାଁକୁ ଅଣାଯିବା ବାଟରେ ଆନନ୍ଦପୁର, ଶାଳବଣୀ ଛକ, ଦଧିବାନପୁର, ବଞ୍ଚୋ ଛକ, ଛେନାପଦିଛକ, ଅଣାଛକ, ହାଟଡିହି, ଜଳକଳଙ୍ଗ, ମରୈଗାଁ ଆଦି ସମସ୍ତ ଛକ ବଜାର ମାନଙ୍କରେ ଶହଶହ ରୁଣ୍ଡୀଭୁତ ଜନତା ତାଙ୍କ ମର ଶରୀରରେ ପୁଷ୍ପମାଳ୍ୟ ଅର୍ପଣ କରିବା ସହିତ ବାପି ଭାଇ ଅମର ରହେ ଶ୍ଳୋଗାନରେ ଗଗନ ପବନ ପ୍ରଙ୍କମ୍ପିତ ହୋଇ ଉଠିଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ସହଶ୍ରାଧିକ ଲୋକ ଶେଷଯାତ୍ରାରେ ତାଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ । ଘସିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପୁର୍ବତନ ବିଧାୟକ ମାୟାଧର ଜେନା, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ପୁର୍ବତନ ବିଧାୟକ ଉମାବଲ୍ଲବ ରଥ, ପୁର୍ବତନ ବିଧାୟକ ନରେନ ପଲେଇ, ପୁର୍ବତନ ସାଂସଦ ଅନନ୍ତ ସେଠୀ, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନିର ଧିର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ବରିଷ୍ଠ କଂଗ୍ରେସ ନେତା ବିଷ୍ମୟ ମହାପାତ୍ର, ରାଜନ ସାହୁ, ଯାଜପୁର ଜିଲ୍ଲା ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ, କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ର, ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, କେନ୍ଦୁଝର ଜିଲ୍ଲା କଂଗ୍ରେସ ଉପସଭାପତି ନିକ୍ୟୁଞ୍ଜ ବିହାରୀ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଅଲେଖ ମଲ୍ଲିକ, ଅଭିଳାଶ ମାଣିଆ, ରତିକାନ୍ତ ବରାଳ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିରି ନୱାଜ, କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି, ରାଜୀବ ପଟ୍ଟନାୟକ, ରଞ୍ଜନ ଦାସ, ଲାଲା ସ୍ୱାଇଁ, ଶଙ୍କୁନା କୁଅଁର, ରଣଜିତ ପାତ୍ର, ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଚରଣ ଓଝା, ପୁର୍ବତନ ସାଂସଦ ପ୍ରତିନିଧି ରତିକାନ୍ତ ରାଉତ, ବିମଳ କିଶୋର ଜେନା, ବରିଷ୍ଠ ବିଜେପି ନେତା ଭଗବାନ ସାହୁ, ବିଚିତ୍ର କୁମାର ଚକ୍ର, ଯୁବ ବିଜେଡି ସମ୍ପାଦକ ଦିପ୍ତୀ ରଞ୍ଜନ ଦାସ, ଦେବେନ୍ଦ୍ର କୁମାର ଜେନା, ବରିଷ୍ଠ କଂଗ୍ରେସ କୃଷ୍ଣ ଚନ୍ଦ୍ର ଜେନା, ରବିନ୍ଦ୍ର କୁମାର ଜେନା, ନେତା ହାଟଡିହି ବ୍ଲକ କଂଗ୍ରେସ ସଭପତି ପ୍ରଶାନ୍ତ ସ୍ୱାଇଁ, ବ୍ଲକ ଯୁବକଂଗ୍ରେସ ସଭାପତି ଚଣ୍ଡୀ ପ୍ରସାଦ ପାଣିଗ୍ରାହୀ, ବାଲ୍ୟବନ୍ଧୁ ଚିତ୍ତରଞ୍ଜନ ପାତ୍ରଙ୍କ ସମେତ ହଜାର ହଜାର ଲୋକ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ଓ ବିଧାୟକ ମାନେ ସଂଗ୍ରାମଙ୍କ ବାପା ଜୟଦେବଙ୍କୁ ଶନ୍ତ୍ୱନା ଦେଉଥିବା ଦେଖିବାକୁ ମିଳିଥିଲା । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ ହୋଇଥିଲା । ସାନ ଭାଇ ଟିକିନା ଜେନା ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ସଂଗ୍ରାମ କେଶରୀ ଜେନା ପୁର୍ବତନ ମନ୍ତ୍ରୀ ତଥା ପୁର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ଥିବାବେଳେ ସେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଦାୟିତ୍ୱ ବୁଝିବା ସହ ଗତ ନିର୍ବାଚନରେ ଭଦ୍ରକ ଲୋକସଭା ଆସନରୁ ସାଂସଦ ପ୍ରାର୍ôଥ ହୋଇଥିଲେ । ସେ ଅନେକ ଯୁବ ସଂଗଠନ ସହିତ ସେ ଜଡିତ ଥିଲେ । ସେ ଜଣେ ଶାନ୍ତ, ସରଳ, ପରୋପକାରୀ, କର୍ତ୍ତବ୍ୟନିଷ୍ଠ ଓ ଦକ୍ଷ ସଂଗଠକ ଭାବରେ ସମଗ୍ର ରାଜ୍ୟରେ ପରିଚିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଏଠାରେ ସୁଚନାଯୋଗ୍ୟ ଯେ ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ତଥା ପୁର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା ଗତ ୩ମାସ ପୁର୍ବେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଫୁସଫୁସ ସଂକ୍ରମଣ ଯୋଗୁଁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନହେବାରୁ ତାଙ୍କୁ ହାଇଦ୍ରାବାଦ ନିଆଯାଇ ଚିକିତ୍ସା କରାଯାଉଥିଲା । ଗତକାଲି ସକାଳ ୬ଘଟିକା ସମୟରେ ତାଙ୍କର ପରଲୋକ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.