Home ଜିଲ୍ଲା ପରିକ୍ରମା ଧାମନଗରରେ ଯୋଗାଣ ନିରୀକ୍ଷକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ, ୭ ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଧାରଣା...

ଧାମନଗରରେ ଯୋଗାଣ ନିରୀକ୍ଷକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ, ୭ ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଧାରଣା ଚେତାବନୀ

5

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର କାର୍ଯ୍ୟରତ ଯୋଗାଣ ନିରୀକ୍ଷକ ରସାନନ୍ଦ ସାହୁଙ୍କ ବିରୋଧରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟକଳାପ ନେଇ ବିଜେଡ଼ି ପକ୍ଷରୁ ଗୁରୁତର ଅଭିଯୋଗ ହୋଇଛି। ବିଭିନ୍ନ ପଂଚାୟତର ବିଜେଡ଼ି ସମର୍ôଥତ ଲୋକ ପ୍ରତିନିଧିମାନେ ଏ ନେଇ ଜିଲ୍ଲାପାଳ, ଏସିପି ଓ ଧାମନଗର ବିଡିଓ ଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରି ତୁରନ୍ତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୋଗ ପତ୍ରର ଉଲ୍ଲେଖ ଅନୁସାରେ, ଯୋଗାଣ ନିରୀକ୍ଷକ ସରକାରୀ ସାମଗ୍ରୀ ବଂଟନରେ ଅନିୟମିତତା କରୁଥିବା ସହ ରିଟେଲରମାନଙ୍କୁ ଠାରୁ ଅନଧିକୃତ ଭାବରେ ଟଙ୍କା ଆଦାୟ କରୁଛନ୍ତି। ରିଟେଲରମାନଙ୍କୁ ମିଳୁଥିବା ଅର୍ଥରୁ ୧୨ ପ୍ରତିଶତ ଦାବି, ଡିଲରଙ୍କ (ରାସନ ଚାଉଳ) ରିନ୍ୟୁଆଲ ପାଇଁ ପ୍ରତି କ୍ୱିଂଟାଲରେ ଅତିରିକ୍ତ ଟଙ୍କା, ଟ୍ରେଜେରୀ କାମ ପାଇଁ ଅଲଗା ଅର୍ଥ ଓ ବ୍ୟକ୍ତିଗତ ଲାପଟପ କ୍ରୟ ପାଇଁ ମଧ୍ୟ ଟଙ୍କା ଆଦାୟ ହେଉଥିବା ଅଭିଯୋଗ ରହିଛି।ଲୋକପ୍ରତିନିଧି ମାନଙ୍କ କହିବା ଅନୁସାରେ, ଏହି ଅନିୟମିତତା ଫଳରେ ସାଧାରଣ ଖାଉଟିମାନେ ସିଧାସଳଖ ପ୍ରଭାବିତ ହେଉଛନ୍ତି ଏବଂ ସରକାରୀ ସୁବିଧାରୁ ବଂଚିତ ହେଉଛନ୍ତି। ଏହି ଘଟଣାକୁ ନେଇ ପୂର୍ବରୁ ଯୋଗାଣ ନିରୀକ୍ଷକଙ୍କ ପାଖକୁ ଯାଇଥିଲା ବେଳେ ଅସଭ୍ୟ ବ୍ୟବହାର ଓ ଧମକ ସମ୍ମୁଖୀନ ହେବାକୁ ପଡ଼ୁଥିବା ଅଭିଯୋଗରେ ଦର୍ଶାଯାଇଛି।ଏନେଇ ପୂର୍ବରୁ ବିଡିଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ ହେବାରୁ ଅସନ୍ତୋଷ ଦେଖା ଦେଇଚି। ଲୋକପ୍ରତିନିଧିମାନେ ଦରଖାସ୍ତରେ ସ୍ପଷ୍ଟ କରିଛନ୍ତି ଯେ, ୭ ଦିନ ମଧ୍ୟରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ ନ କରାଗଲେ, ଧାମନଗର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡ଼ି ପକ୍ଷରୁ ଧାରଣା ଦିଆଯିବ। ଏହି ଅଭିଯୋଗ ପ୍ରଦାନ ସମୟରେ ବିଜେଡ଼ି ବ୍ଲକ ସଭାପତି ପ୍ରତାପ ସାମଲ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଟୁନିବାଳା ବିଶ୍ୱାଳ, ଜିଲ୍ଲାପରିଷଦ ସାରଦା ପ୍ରସନ୍ନ ସାହୁ, ପ୍ରଦୀପ କୁମାର ମଲିକ, ବ୍ଲକ ଉପାଧ୍ୟକ୍ଷା ଜଗବନ୍ଧୁ ପ୍ରଧାନ, ସମିତି ସଭ୍ୟ ସୁଦୀପ୍ତ ଖଟୁଆ, ଜ୍ଞାନରଞ୍ଜନ ମହାକୁଡ଼ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓ ଶର୍ମିଷ୍ଠା ମଲ୍ଲିକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.