Home ଜିଲ୍ଲା ପରିକ୍ରମା ଧାମନଗରରେ ସଦଭାବନା ଦିବସ ଓ ଶପଥ ପାଠ

ଧାମନଗରରେ ସଦଭାବନା ଦିବସ ଓ ଶପଥ ପାଠ

77

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀ ଙ୍କ ୭୭ତମ ସ୍ୱନକ୍ଷତ୍ର ଦିବସ ପାଳନ କରାଯାଇଛି । ଏହି ଅବସରରେ ଧାମନଗର ବ୍ଲକ ଶିକ୍ଷାଧିକାରୀ ପିତାମ୍ବର ବାରିକ ସଭାପତିତ୍ୱ କରିଥିବାବେଳେ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀଚରଣ ମଲ୍ଳିକ ସଦ୍‌ଭାବନା ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରିଣୀ ରେଣୁବାଳା ନାୟକ, ଭୀମସେନ୍ ହୋ, ମହେନ୍ଦ୍ର ନୋଡ଼ାଲ ସ୍କୁଲର ହେମେନ୍ଦ୍ରନାଥ ମହାନ୍ତି, ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ସାହୁ, ସୁବାସ ଖଟୁଆ, କାର୍ଯ୍ୟାଳୟର କର୍ମଚାରୀ ବସନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଦିବଙ୍ଗତ ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ସେହିପରି ମହେନ୍ଦ୍ର ନୋଡ଼ାଲ ଉ.ପ୍ରା ବିଦ୍ୟାଳୟ ଦକ୍ଷିଣବାଡ଼ ଠାରେ ଅନୁଷ୍ଠିତ ଏକ ଶାରୀରିକ ଦିବ୍ୟାଙ୍ଗ ତିଦିନିଆ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ପ୍ରଦୀପ କୁମାର ରାଉତ, ମନୋଜ କୁମାର ସିଂହ ସଦ୍‌ଭାବନା ଦିବସ ପାଳନ କରିଥିବାବେଳେ ଦେଶବନ୍ଧୁ ନୋଡ଼ାଲ ବିଦ୍ୟାଳୟ ଅସୁରାଳିର ପ୍ରଧାନ ଶିକ୍ଷକ ସତ୍ୟସୁନ୍ଦର ପରିଡ଼ା, ଭଟ୍ଟସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଂଜନ ପ୍ରଧାନ, ଶିବପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଶବ ମହାରଣା, ପିତେଇପୁର ସରକାରୀ ଉ.ପ୍ରା ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ମନୋଜ ଜେନାଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ଦିବସ ସଭାରେ ଜାନକିଲତା ଦାସ, ବାସନ୍ତିଲତା ପରିଡ଼ା, ରାଜେନ୍ଦ୍ର ପୃଷ୍ଟି, ଦୀପକ ନାୟକ, ସ୍ନେହଲତା ସୁତାର, ମଲ୍ଳିଲତା ଜେନା, ସଂଘମିତ୍ରା ଦାସ ପ୍ରମୁଖ ଯୋଗଦେଇ ସଦ୍‌ଭାବନା ଦିବସରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରେ ମଧ୍ୟ ସ୍ୱର୍ଗତ ଗାନ୍ଧୀଙ୍କ ସ୍ୱନକ୍ଷତ୍ର ଦିବସରେ ସଦ୍‌ଭାବନା ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.