Home ଜିଲ୍ଲା ପରିକ୍ରମା ମରଣାତ୍ମକ ଆକ୍ରମଣ ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତଙ୍କୁ ପାଞ୍ଚବର୍ଷ ଜେଲଦଣ୍ଡ

ମରଣାତ୍ମକ ଆକ୍ରମଣ ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତଙ୍କୁ ପାଞ୍ଚବର୍ଷ ଜେଲଦଣ୍ଡ

24

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟେଡ଼ ଦେବୀଦତ୍ତ ପଟ୍ଟନାୟକ ଏକ ମରଣାତ୍ମକ ଆକ୍ରମଣ ସହ ହତ୍ୟାଉଦ୍ୟମ କରିବା ମାମଲାରେ ବିଚାର କରି ଅଭିଯୁକ୍ତଙ୍କୁ ପାଞ୍ଚବର୍ଷ ସଶ୍ରମ କାରାଦଣ୍ଡସହ ୫ହଜାର ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି । ଜୋରିମାନା ଅନାଦେୟ ପୁଣି ଏକବର୍ଷ କାରାଦଣ୍ଡ ଭୋଗିବା ପାଇଁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାରୁ ପ୍ରକାଶ ଭଦ୍ରକ ସହରର ଗବସାହି ହାଉସିଂ ବୋଡ଼ କଲୋନୀରେ ରହୁଥିବା ଉମାକାନ୍ତ ପଣ୍ଡାଙ୍କ ସହ ତାଙ୍କର ପଡ଼ୋଶୀ ସନ୍ତୋଷ ଓ ମାନସଙ୍କ ସହ ବ୍ୟକ୍ତିଗତ କାରଣକୁ ନେଇ ୨୦୧୪ ଅଗଷ୍ଟ ୧୨ତାରିଖରେ ବଚସା ହୋଇଥିଲା । ସେହି କାରଣକୁ ନେଇ ଉକ୍ତଦିନ ରାତି ୧୧ଟା ସମୟରେ ଉମାକାନ୍ତଙ୍କୁ ଫୋନ୍ ଯୋଗେ ସନ୍ତୋଷ ଓ ମାନସ ଦୁଇଭାଇ ଡ଼କାଇଥିଲେ । ଉମାକାନ୍ତ ଫୋନ୍ ପାଇ ସେମାନଙ୍କ ପାଖରେ ପହଞ୍ôଚବା ପରେ ଦୁଇଭାଇ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ମରିଗଲା ବୋଲି ରାସ୍ତାକଡ଼ରେ ଫୋପାଡ଼ି ଦେଇ ପଳାଇ ଯାଇଥିଲେ । ପୋଲିସ୍ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ଉମାକାନ୍ତ ରାସ୍ତାକଡ଼ରେ ପଡ଼ିଥିବାର ଦେଖି ତାଙ୍କୁ ଉଦ୍ଧାର କରିବା ସହ ତାଙ୍କର ପତ୍ନୀ ସୁଶ୍ରୀ ସଂଗୀତା ପଣ୍ଡାଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ତାଙ୍କର ସ୍ତ୍ରୀ ପହଞ୍ôଚବା ପରେ ତାଙ୍କର ସ୍ୱାମୀଙ୍କୁ ତୁରନ୍ତ ଭଦ୍ରକ ମେଡ଼ିକାଲ ଓ ପରେ ଅଶ୍ୱିନୀ ହସ୍‌ପିଟାଲରେ ଚିକିତ୍ସା କରିଥିଲେ । ଦୀର୍ଘ ୨୦ଦିନରୁ ଅଧିକ ସେଠାରେ ଚିକିତ୍ସିତ ହେବାପାରେ ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ କହିବା ପରେ ତାଙ୍କର ସ୍ତ୍ରୀ ସୁଶ୍ରୀ ସଂଗୀତା ଟାଉନ୍‌ଥାନାରେ ଏତଲା ଦେଇଥିଲେ । ଟାଉନ୍‌ଥାନା ପକ୍ଷରୁ କେଶ ନଂ ୨୭୩/୧୪ ଦଫାରେ ୩୦୭, ୩୪ ଆପିସି ମାମଲାରେ ରୁଜୁ କରିବା ସହ ଉମାକାନ୍ତଙ୍କର ବୟାନକୁ ଭିତ୍ତି କରି ସନ୍ତୋଷ ଓ ମାନସକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାଟି ଏସ୍‌ଟି ନଂ ୬୮/୨୦୦/୨୦୧୪ରେ ବିଚାର ଥାଇ ଏଇ ରାୟକୁ ଆଜି ମାନ୍ୟବର ବିଚାରପତି ରାୟ ପ୍ରକାଶ କରିବା ସହ ଅଭିଯୁକ୍ତ ଦୁଇଭାଇଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଉକ୍ତ ମାମଲାକୁ ସରକାରଙ୍କ ତରଫରୁ ଆଡ଼ିସିନାଲ ପବ୍ଲିକ୍ ପସିକ୍ୟୁଟର ଯତିକାନ୍ତ ନାୟକ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.