Home କେନ୍ଦୁଝର ଡିମିରିଆ ବାଲିଘାଟରେ ୧୪୪ଧାରା ଜାରି

ଡିମିରିଆ ବାଲିଘାଟରେ ୧୪୪ଧାରା ଜାରି

35

ହାଟଡ଼ିହି, ୫ /୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଡିମିରିଆ ବୈତରଣୀ ନଦୀଘାଟରୁ ବାଲି ଉତ୍ତୋଳନ ବନ୍ଦ କରାଯାଇଥିଲେ ମଧ୍ୟ ମାଫିଆମାନେ ପ୍ରଶାସନର ନିର୍ଦ୍ଦେଶକୁ ଖାତିର କରୁ ନାହାନ୍ତି । ଯିଏ ଯେଉଁଠି ପାରିଲା ବାଲି ଉଠାଇଲା ଓ ବାଲି ବିକିଲା । କହିବାକୁ କେହି ନାହିଁ । ଏନେଇ ଅଭିଯୋଗ ହେବାପରେ ତହସିଲ ପକ୍ଷରୁ ଡିବିରିଆ ବୈତରଣୀ ବାଲିଘାଟରେ ୧୪୪ଧାରା ଜାରି କରାଯାଇଛି । ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାଶ, ରାଜସ୍ୱ ନିରୀକ୍ଷକ ସୁଶାନ୍ତ ସାମଲ, ସହକାରୀ ରାଜସ୍ୱ ନିରୀକ୍ଷକ ସଞ୍ଜୟ କୁମାର ପେରେଇ, ନନ୍ଦିପଦା ଥାନା ଏସ.ଆଇ ଜନ ପଟ୍ଟନାୟକ ପ୍ରମୁଖ ବାଲିଘାଟରେ ନାଲିପତାକା ଲଗାଇବା ସହ ସୁଚନା ଫଳକ ପୋତି ୧୪୪ଧାରା ଜାରିର ସୁଚନା ଦେଇଛନ୍ତି । ଆସନ୍ତା ମାର୍ଚ୍ଚ ୫ତାରିଖ ପର୍ଯ୍ୟନ୍ତ ଏହି ୧୪୪ଧାରା ବଳବତ୍ତର ରହିବ ବୋଲି ଅତିରିକ୍ତ ତହସିଲଦାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.