Home କେନ୍ଦୁଝର ୪୩୬ଜଣ ଛାତ୍ରଛାତ୍ରୀ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା ଦେଲେ

୪୩୬ଜଣ ଛାତ୍ରଛାତ୍ରୀ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା ଦେଲେ

93

ହାଟଡ଼ିହି, ୫ /୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ବିଭିନ୍ନ ପରୀକ୍ଷାକେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷାରେ ମୋଟ ୪୩୬ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି । ଷ୍ଟେଜ ୧ରେ ୬ଷ୍ଠ ଶ୍ରେଣୀର ୨୩୨ଜଣ ଛାତ୍ରଛାତ୍ରୀ ଓ ନବମ ଶ୍ରେଣୀର ୧୯୪ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ହାଟଡିହି ହାଇସ୍କୁଲରେ ଷ୍ଟେଜ-୧ରେ ୮୨ଜଣ ଷ୍ଟେଜ-୨ରେ ୮୨ଜଣ ପରୀକ୍ଷା ଦେଇଥିବାବେଳେ ମରୈଗାଁ ହାଇସ୍କୁଲରେ ଷ୍ଟେଜ-୧ରେ ୪୮ଜଣ ଓ ଷ୍ଟେଜ-୨ରେ ୮୩ଜଣ ସେହିପରି ବଞ୍ଚୋ ବରାହୀ ହାଇସ୍କୁଲରେ ଷ୍ଟେଜ-୧ରେ ୧୧୨ଜଣ ଓ ଷ୍ଟେଜ-୨ରେ ୨୯ଜଣ ପରୀକ୍ଷା ଦେଇଛନ୍ତି । ହାଟଡିହି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶଶିର କୁମାର କର, ମରୈଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମମତା ପାତ୍ର ଓ ବରାହୀ ହାଇସ୍କୁଲ ବଞ୍ଚୋର ପ୍ରଧାନ ଶିକ୍ଷୟତ୍ରୀ ଆଲମଣୀ ସେଠୀ ପ୍ରମୁଖ ପରୀକ୍ଷା ନିୟନ୍ତ୍ରଣ କରିଥିବାବେଳେ ଏବିଇଓ ସୁରେଶ କୁମାର ଜେନା ପରୀକ୍ଷା କେନ୍ଦ୍ର ଗୁଡିକ ବୁଲି ତଦାରଖ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.