Home Top News ଦିଲ୍ଲୀରେ ଶସ୍ତା ହେବ ଘର କିଣିବା – କେଜ୍ରିୱାଲ ସରକାର ସର୍କଲ ଦରରେ ୨୦ ପ୍ରତିଶତ...

ଦିଲ୍ଲୀରେ ଶସ୍ତା ହେବ ଘର କିଣିବା – କେଜ୍ରିୱାଲ ସରକାର ସର୍କଲ ଦରରେ ୨୦ ପ୍ରତିଶତ ହ୍ରାସ କଲେ

34

ନୂଆଦିଲ୍ଲୀ ୫-୨ (ଓଡ଼ିଆ ପୁଅ) ଦିଲ୍ଲୀ ସରକାର ଶୁକ୍ରବାର ଦିନ ସମସ୍ତ କ୍ଷେତ୍ରରେ ଆବାସିକ, ବାଣିଜ୍ୟିକ ଏବଂ ଶିଳ୍ପ ସମ୍ପତ୍ତି ପାଇଁ ସର୍କଲ ଦରରେ ୨୦ ପ୍ରତିଶତ ହ୍ରାସ ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ଦିଲ୍ଲୀରେ ଘର କିଣିବା ଶସ୍ତା ହେବ। ସର୍କଲ ଦର ହ୍ରାସ କରିବା ନିଷ୍ପତ୍ତି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ଏକ ବୈଠକରେ ନିଆଯାଇଛି।

ଦିଲ୍ଲୀର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ସମସ୍ତ ପ୍ରକାର କଲୋନୀ ଏବଂ ଅଞ୍ଚଳରେ ଆବାସିକ, ବାଣିଜ୍ୟିକ ଏବଂ ଶିଳ୍ପ ସମ୍ପତ୍ତି ପାଇଁ ସର୍କଲ ହାର ହ୍ରାସ କରିବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ଏହି ରିହାତି ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.