Home ଓଡ଼ିଶା ଡକ୍ଟର ଗୁରୁ ପ୍ରସାଦ ମହାପାତ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ: ଭାରତ ଜଣେ ଦକ୍ଷ ପ୍ରଶାସକଙ୍କୁ ହରାଇଲା...

ଡକ୍ଟର ଗୁରୁ ପ୍ରସାଦ ମହାପାତ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ: ଭାରତ ଜଣେ ଦକ୍ଷ ପ୍ରଶାସକଙ୍କୁ ହରାଇଲା – ଧର୍ମେନ୍ଦ୍ର ପ୍ରଧାନ

33

ନୂଆଦିଲ୍ଲୀ/ ଭୁବନେଶ୍ବର, ଜୁନ୍ ୧୯ (ଓଡ଼ିଆ ପୁଅ) – ଡକ୍ଟର ଗୁରୁ ପ୍ରସାଦ ମହାପାତ୍ରଙ୍କ ଅକାଳ ବିୟୋଗରେ ଭାରତ ଜଣେ ଦକ୍ଷ ପ୍ରଶାସକଙ୍କୁ ହରାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି ଶୋକବ୍ୟକ୍ତ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଡକ୍ଟର ମହାପାତ୍ର ଦେଶରେ କୋରୋନା ମୁକାବିଲା ପାଇଁ ଆଗରେ ଥିଲେ। ଯଦିଓ ତାଙ୍କର କର୍ମଭୂମି ଗୁଜରାଟରେ ଥିଲା, ହେଲେ ଓଡ଼ିଶା ଆଜି ତାଙ୍କ ପରି ଜଣେ ପ୍ରକୃତ ଯୋଦ୍ଧାଙ୍କୁ ହରାଇଛି। ଟ୍ୱିଟ୍ କରି ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ସ୍ୱର୍ଗତ ମହାପାତ୍ର ଗୁଜୁରାଟର ସହରାଞ୍ଚଳ ବିକାଶ ଦୃଶ୍ୟପଟ୍ଟରେ ସଂସ୍କାର ଆଣିବାରେ ଅତୁଳନୀୟ ଅବଦାନ ରଖୁଥିଲେ। ବହୁ ସାର୍ବଜନୀନ ଉଦ୍ୟୋଗକୁ ପୃଥକ ଭାବରେ ପରିଚାଳନା କରିଥିଲେ ଏବଂ ବାଣିଜ୍ୟ ଓ ବିମାନ ଚଳାଚଳ କ୍ଷେତ୍ରକୁ ମଧ୍ୟ ପରିଚାଳନା କରିବାରେ ସ୍ୱର୍ଗତ ମହାପାତ୍ରଙ୍କର ଯଥେଷ୍ଟ ଭୂମିକା ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.