Home କେନ୍ଦୁଝର ହାଟଡିହି ବ୍ଲକରେ ୧୧୩୦ଜଣଙ୍କୁ କରୋନା ଟୀକା

ହାଟଡିହି ବ୍ଲକରେ ୧୧୩୦ଜଣଙ୍କୁ କରୋନା ଟୀକା

128

ହାଟଡ଼ିହି, ୧୯ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି ହାଟଡିହି ବ୍ଲକର ୬ଟି କେନ୍ଦ୍ରରେ ୧୧୩୦ଜଣଙ୍କୁ କରୋନା ଟୀକା ଦିଆଯାଇଛି । ଶାସଙ୍ଗ ପଞ୍ଚାୟତରେ ୧୯୮ଜଣ, ହାଟଡିହି ପଞ୍ଚାୟତ ଗୋପ କେନ୍ଦ୍ରରେ ୧୨୩ଜଣ, କଳିଗାଁ ପଞ୍ଚାୟତ ତାମ୍ପଳା ଟୀକାକେନ୍ଦ୍ରରେ ୧୮୯ଜଣ, ବଡରମ୍ପାସ କେନ୍ଦ୍ରରେ ୨୩୨ଜଣ, ସଢ଼ାରେ ୨୨୨ଜଣ, ମରୈଗାଁ ପଞ୍ଚାୟତର ଚଣ୍ଡୀ ବିରଞ୍ଚିପୁରରେ୧୬୬ଜଣଙ୍କୁ ଟୀକା ଦିଆଯାଇଛି । ଶାସଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ଟୀକାକରଣ ଶିବିର କରାଯାଇ ୧୯୮ଜଣଙ୍କୁ କରୋନା ଟୀକା ଦିଆଯାଇଛି । ଶାସଙ୍ଗ ପଞ୍ଚାୟତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାପାଇଁ ପଞ୍ଚାୟତ ପକ୍ଷରୁ ସଚେତନତା କରାଯିବା ସହ ବିଭିନ୍ନ ଗ୍ରାମରେ କରୋନା ଟେଷ୍ଟିଂ ମଧ୍ୟ କରାଯାଇଥିଲା । ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳଙ୍କ ଉଦ୍ୟମ ଛେନାପଦି ସ୍ୱାସ୍ଥ୍ୟ ଉପକେନ୍ଦ୍ର ସୌଜନ୍ୟରେ ଆଜି ଏଠାରେ ଶିବିର କରାଯାଇ ଟୀକାକରଣ କରାଯାଇଥିଲା । ଏଥିରେ ମହିଳା ସ୍ୱାସ୍ଥ୍ୟକର୍ମୀ ସାସ୍ୱତୀ ପ୍ରୀୟଦର୍ଶନୀ ନାୟକ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ବିଶ୍ୱକେଶନ ଦାସ, ସହକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ଟୁକୁନୁ ଯେନା, ଭେକ୍ଟିନେଟର ମୋନାଲୀସା ଘଡେଇ, ଡିଇଓ ସୁପ୍ରଭା ବଳ, ଅଙ୍ଗନବାଡି କର୍ମୀ ମମତାମୟୀ ବେହେରା, ଆଶାକର୍ମୀ ଅପର୍ଣ୍ଣା ବେହେରା ପ୍ରମୁଖ ଯୋଗଦେଇ ୧୯୮ଜଣଙ୍କୁ ଟୀକା ଦେଇଥିଲେ । ସରପଞ୍ଚ ବିମ୍ବାଧର ବିଶ୍ୱାଳ, ସାମ୍ବାଦିକ କିଶୋର ଆଚାର୍ଯ୍ୟ, ବିକାଶ ବିଶ୍ୱାଳ, ରବିନ୍ଦ୍ର କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଟୀକା କରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଜି ଶାଳଣିଆଁ ସ୍ୱାସ୍ତ୍ୟ ବିଭାଗ ପକ୍ଷରୁ ୨୪ଜଣ ସ୍ୱାସ୍ଥ୍ୟକର୍ମୀ, ୩ଜଣ ସୁପରଭାଇଜର ଓ ଗୋଟିଏ ବ୍ଲକ ଲେବୁଲ ଟିମ ଏହି କାଯ୍ୟକ୍ରମକୁ ତଦାରଖ କରିଥିଲେ । ଆଜି ସୁଧା ୨୨୦୫୭ଜଣଙ୍କୁ ଫାଷ୍ଟ ଡୋଜ ଟୀକା ପ୍ରଦାନ କରାଯାଇଥିବାବେଳେ ପର୍ଯ୍ୟାୟକ୍ରମେ ସମସ୍ତ ଲୋକଙ୍କୁ ଟୀକା ଦେବାର ବ୍ୟବସ୍ଥା କରାଯାୁଛି ବୋଲି ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ କହିଛନ୍ତି । ବିଶେଷକରି ୮୪ଦିନ ପରେ ଦ୍ୱିତୀୟ ଡୋଜ ଟୀକା ନେବାକୁ ସେ ପରାମର୍ଶ ଦେଇଛନ୍ତି । ୮୪ଦିନ ପୁର୍ବରୁ ଅଯଥା ଟୀକାକେନ୍ଦ୍ରକୁ ଆସି ଟୀକା ଦେବାକୁ ବାଧ୍ୟ ନକରିବାକୁ ସେ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.