Home ଓଡ଼ିଶା ଟ୍ରେନ ଆଗକୁ ଡେ଼ଇଁ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଟ୍ରେନ ଆଗକୁ ଡେ଼ଇଁ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

93

ବଲାଙ୍ଗୀର, ତା୨୯-୦୭, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଦେଓଗାଁ ଥାନା ଅନ୍ତର୍ଗତ ହାତିସରା ରେଳୱେ ବ୍ରିଜ ନିକଟରେ ମଙ୍ଗଳବାର ରାତିରେ ଟ୍ରେନ ଆଗକୁ ଡେଇଁ ଜଣେ ପ୍ରବାସୀ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ବୁଢ଼ାବାହଲ ଗାଁର ମନୋଜ ନାଗ କୌଣସି କାରଣକୁ ନେଇ ମଙ୍ଗଳବାର ଦିନ ଘରେ ଝଗଡ଼ା କରିଥିଲେ। ରାତିରେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କାରିଥିଲେ ମଧ୍ୟ ପାଇନଥିଲେ। କିନ୍ତୁ ବୁଧୁବାର ହାତିସରା ନିକଟରେ ଏକ ଖଣ୍ଡବିଖଣ୍ଡିତ ଶବ ପଡ଼ିଥବା ଦେଖି ପରିବାର ଲୋକେ ମନୋଜର ବୋଲି ଚିହ୍ନଟ କରିଥିଲେ। ପରେ ରେଳଧାରଣା ସ୍ଥଳକୁ ଜିଆରପି ପୁଲିସ ପହଂଚି ଶବକୁ ଜବତ କରିଛି।

ସୂଚନାଯୋଗ୍ୟ, ଲକଡାଉନ ଯୋଗୁ କାମଧନ୍ଦା ବନ୍ଦ ହୋଇଯିବାରୁ ତାମିଲନାଡ଼ୁର ତୀରପୁରରେ ରହୁଥିବା ମନୋଜ ଘରକୁ ପଳାଇ ଆସିଥିଲେ। ହେଲେ ଗାଁରେ କୌଣସି କାମ ନପାଇ ମନୋଜ ଚାପଗ୍ରସ୍ତ ରହୁଥିବା ଗ୍ରାମବାସୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.