Home ଓଡ଼ିଶା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଅନଲାଇନ ନବମ ଦୀକ୍ଷାରମ୍ଭ ଉତ୍ସବ ପାଳିତ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଅନଲାଇନ ନବମ ଦୀକ୍ଷାରମ୍ଭ ଉତ୍ସବ ପାଳିତ

208

ଭୁବନେଶ୍ୱର ୨୯ ଜୁଲାଇ (ଓଡ଼ିଆ ପୁଅ) ଶ୍ରୀ ଶ୍ରୀ ବିଶ୍ୱନିଦ୍ୟାଳୟ ଏହାର ୨୦୨୦-୨୧ ଶିକ୍ଷାବର୍ଷ ନିମିତ୍ତ ଅନଲାଇନ ନବମ ଦୀକ୍ଷାରମ୍ଭ ଉତ୍ସବ ପାଳନ କରିଛି। ଏହି ଅନଲାଇନ ଉସବାରେ ୬୦୦ ରୁ ଉର୍ଦ୍ଧ ସ୍ନାତକ ଓ ସ୍ନାତକତର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, ବାଣିଜ୍ୟ, ପ୍ରବନ୍ଧନ, କୃଷିବିଦ୍ୟା, ସ୍ଥାପତ୍ୟବିଦ୍ୟା, ପଦାର୍ଥ ବିଜ୍ଞାନ, ଯୋଗ,, ସାମ୍ବାଦିକତା, ଚିତ୍ରକଳା ଓ ଆନିମେସନ, ହିନ୍ଦୁସ୍ତାନୀ ସଙ୍ଗୀତ ଓ ଓଡିଶୀ ନୃତ୍ୟ, କମ୍ପୁଟର, ଡାଟା ସାଇନ୍ସ, ଇଂରାଜୀ ଓ ସଂସ୍କୃତ ବିଷୟ ରେ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଦାନ କରୁଅଛି।

ଏହି ଉତ୍ସବ ପ୍ରାରମ୍ଭରେ କାର୍ମିକ ନିର୍ଦେଶକ ଶ୍ରୀ ନରେନ୍ଦ୍ର ଲାମ୍ବାଙ୍କ ଦ୍ୱାରା ଗୁରୁପୂଜା ପ୍ରତିପାଦନ କରାଯାଇଥିଲା ଓ ଏହା ପରେ ଛାତ୍ରଛାତ୍ରୀ ମାନେ ସରସ୍ବତୀ ବନ୍ଦନା ଗାନ ଓ ଗଣେଶ ବନ୍ଦନା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ।

କୁଳପତି ଡ଼ ଅଜୟ କୁମାର ସିଂ ତାଙ୍କ ପ୍ରୋତ୍ସାହନକ ମୂଳକ ଭାଷଣ ଦେଇ ମୁଖ୍ୟ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଅର୍ଣ୍ଣବ ଗୋସ୍ୱାମୀ, ଏମଡି ଏବଂ ଏଡିଟର ଇନ ଚିଫ ରିପବ୍ଲିକ ଟିଭି ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇ ଦେଇ ଛାତ୍ରଛାତ୍ରୀମନେ କିପରି ନୀତି ଓ ଆଦର୍ଶ ମାର୍ଗ ରେ ଅନୁପ୍ରାଣିତ ହେବାକୁ ଉପଦେଶ ଦେଇଥିଲେ। ସେ ନିଜର ଜୀବନ କାହାଣୀ କହି ନିମ୍ନଲିଖିତ ଆଦର୍ଶ ରେ ଜୀବନ ଗଢିବାକୁ ଉପଦେଶ ଦେଇଥଲେ। ଯଥା ତାପ ବଳ, ଜୀବନର ଉପଯୁକ୍ତ ନୀତି ଆଦର୍ଶ ର ମାର୍ଗ ଦର୍ଶନ ଉପରେ ଉପଦେଶ ଦେଇଥିଲେ। ଯଥା “ନିଜର ଅନ୍ତର୍ନିହିତ ଭୟରୁ ନିଜକୁ ମୁକୁଳିବା”, କଠିନ ପରିଶ୍ରମ, “କୌଣସି ସୁଯୋଗ କୁ ହାତଛଡା କରିବା ନାହିଁ “, “କାହାକୁ ଅନୁସରଣ ନକରି ନିଜ ପଥ ନିଜେ ବାଛିବା”, ସହଜ ରହିବ, “ରିସ୍କ ନେବାପାଇଁ ସାହସ କରିବା”, “ଦରକାର ପଡ଼ିଲେ ସାହାଯ୍ୟ ମାଗିବା”, “ସବୁବେଳେ ଏକ ନୂତନ ପାଳି ଖେଳିବାକୁ ପ୍ରସ୍ତୁତ ରହିବା, ନିଜର ଆତ୍ମଚିନ୍ତାନକୁ ଗୁତୁତ୍ୱ ଦେବା”, “ହାରିବା ଭୟକୁ ଜୟ କରିବା, ଇତ୍ୟାଦି ଗୁରୁତ୍ୱ ଆରୋପ କରିଥିଲେ।

ଛାତ୍ରଛାତ୍ରୀ ଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ ସତ୍ୟ ରସର୍ବଦା ଜୟ ହୁଏ, ହୃଦୟକୁ ଶୁଣିବା ଓ ଆମେ ନିଜେ ଅନୁଭବ କରିବା ଯେ କଣ ଆମକୁ ଅନୁପ୍ରାଣିତ କରିଛି। ପତ୍ରକରିତା ଭିତ୍ତିରେ ଭାରତ ର ସ୍ଥିତି ବିଶ୍ଵବିଦିତ ହେବ ଉଚିତ ବୋଲି ସେ ଆଶା ପୋଷଣ କରିଥିଲେ। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଶିକ୍ଷାଦାନ ସହିତ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଦେଉଥିବାରୁ ଏହାର ଅବଦାନ ଅନନ୍ୟ ବୋଲି ସେ କହିଥିଲେ।ଆପଣ କିପରି ନିଜର ଯଶଖ୍ୟାତି କୁ ସମ୍ଭାଳି ରଖିପାରିବେ ପ୍ରଶ୍ନ ର ଉତ୍ତର ଦେଇ ଶ୍ରୀ ଗୋସ୍ୱାମୀ କହିଲେ ଯେ ଯଶ ସିମୀତ ସମୟ ପାଇଁ ଥାଏ। ଇତିହାସ କୁ ନଜର ଦେଲେ ଏହା ଆମକୁ ବିନମ୍ର ହେବାକୁ ଅନୁପ୍ରାଣିତ କରିବ।

ବିଶ୍ୱବିଦ୍ୟାଳୟ ର ସଭାପତି ଶ୍ରୀମତୀ ରଜିତା କୂଳକରଣୀ ଜୀବନ ରେ ଶ୍ରେଷ୍ଠତ୍ଵ ପ୍ରାପ୍ତି

ପାଇଁ ୫ ଟି ମୁଳମନ୍ତ୍ର ସମ୍ପର୍କରେ ଅବଗତ କରାଇଥିଲେ, ଯଥା “ନିଜେ ଶିଖିବା”, “ନିଜେ ଦାୟିତ୍ୱବାନ ହେବା”, “ନିଜର କୌଶଳକୁ ବିକଶିତ କରିବା”, “ନିଜର ମନ ଓ ଶରୀରର ଯତ୍ନ ନେବା “, ” ନିଜକୁ ସକାରାତ୍ମକ ଓ ଆତ୍ମବିଶ୍ୱାସୀ କରିବା”।ଏହି ମୂଳମନ୍ତ୍ର ଛାତ୍ରଛାତ୍ରୀ ମାନଙ୍କୁ ଜୀବନରେ ଉଚିତ ମାର୍ଗଦର୍ଶନ କରେଇବ|

ପରିଶେଷ ରେ କୂଳସଚିବ ପ୍ରୋଫା ବି- ଆର-ଶର୍ମା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଅତିଥି ବୃନ୍ଦ ଓ ବିଶ୍ୱବିଦ୍ୟାଳୟ ର କାର୍ଯ୍ୟରତ କାତ୍ମଚାରୀଙ୍କୁ ଶୁଭକାମନା ଦେବସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବର୍ତ୍ତମାନ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ରେ ଭାରତର ୨୮ ଟି ରାଜ୍ୟ ଓ ୭ ଟି ଦେଶରୁ ୩୦୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ଯୟନରତ ଅଛନ୍ତି। ଏହି କାର୍ଯ୍ୟକ୍ରମ କୁ ୧୮୦୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିବିଶେଷ ଫେସବୁକ ଲାଇଭ ମାଧ୍ୟମରେ ଉପଭୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.