Home Coronavirus Outbreak ଜିଲ୍ଲାରେ ତ୍ରିଶତକ ପାର କଲା କରୋନା, ପୁଣି ୨୧ଜଣ ପଜିଟିଭ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା...

ଜିଲ୍ଲାରେ ତ୍ରିଶତକ ପାର କଲା କରୋନା, ପୁଣି ୨୧ଜଣ ପଜିଟିଭ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦୨ ରେ ପହଂଚିଲା।

176

ସମ୍ବଲପୁର, ୨୯/୭(ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲାରେ ବୁଧବାର ପୁଣି ୨୧ଜଣ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଜିଲ୍ଲାରେ ତ୍ରିଶତକ ଅତିକ୍ରମ କରିଛି। ଏହା ସହିତ ସମୁଦାୟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୦୨ ରେ ପହଂଚିଛି। ଆଜି ଚିହ୍ନଟ ୨୧ଜଣ ଙ୍କ ମଧ୍ୟରେ ୧୫ ଜଣ ପୁରୁଷ ଏବଂ ୬ ଜଣ ମହିଳା ରହିଛନ୍ତି। ଚିହ୍ନଟ ଙ୍କ ମଧ୍ୟରୁ ୧୦ ଜଣଙ୍କୁ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ଯାଞ୍ଚ ଟିମ ସମୟରେ ଚିହ୍ନଟ ହୋଇ ଥିବା ପ୍ରଶାସନ ସୂଚନା ଦେଇଛି। ଚିହ୍ନଟ ମାନଙ୍କ ମଧ୍ୟରେ ମହାନଗର ନିଗମ ଅଞ୍ଚଳ ରୁ ସମୁଦାୟ ୧୪ ଜଣ ରହିଥିବା ବେଳେ କୁଚିଣ୍ଡା ରୁ ୫ ଜଣ ଏବଂ ମାନେଶ୍ଵର ଏବଂ ଧନକଉଡା ବ୍ଲକ ରୁ ଜଣେ ଲେଖାଏଁ ରହିଛନ୍ତି। କୁଚିଣ୍ଡା ରୁ ଚିହ୍ନଟ ୫ ଜଣ ମଧ୍ୟରୁ ୨ ଜଣ ୧୭ (ମହିଳା) ଓ ୫୦ (ପୁରୁଷ) ରାମଝାଳି ଗ୍ରାମ ବାସିନ୍ଦା ରହିଛନ୍ତି। ଅନ୍ୟ ୩ ଜଣ ମଧ୍ୟରୁ ଜଣେ କୁଚିଣ୍ଡା ର ୬୦ (ମହିଳା), ଘୋଷା ର ୪୬ (ପୁରୁଷ) ଓ ସାତକମା ର ୬୦ (ପୁରୁଷ) ରହିଛନ୍ତି।

ମହାନଗର ନିଗମ ଅଂଚଳ ରୁ ଚିହ୍ନଟ ୧୪ ଜଣ ମଧ୍ୟରେ ହୀରାକୁଦ ର ୨ ଜଣ ରହିଛନ୍ତି। ସେମାନେ ଦୁହେଁ କାଳୁପଡା ବାସିନ୍ଦା ପୁରୁଷ ଏବଂ ବୟସ ୫୨ ଓ ୨୫ ରହିଛି। ଠିକ ସେହିପରି କ୍ଷେତରାଜପୁର ରୁ ୩ ଜଣ ଚିହ୍ନଟ ମାନେ ହେଲେ ୩୩ (ପୁରୁଷ), ୫୨ (ମହିଳା) ଓ ୩୪ (ପୁରୁଷ) ରହିଛନ୍ତି। କୁଲୁଥକାନି ରୁ ୩୩ (ମହିଳା), ବଡ଼ପଡା, ଅଇଁଠାପାଲି ରୁ ୨୭ (ମହିଳା ), ଗିରିଶ କଲୋନୀ ରୁ ୭୫ (ପୁରୁଷ), ଜମାଦାରପାଲି ରୁ ୨୮(ମହିଳା), ତେଲଗୁ ପଡା, ବରେଇପାଲି ରୁ ୮ (ପୁରୁଷ ), ମାଲିପଡା ବଡ଼ବଜ଼ାର ରୁ ୪୫ (ପୁରୁଷ), ବାଲାଜୀ ନଗର ବରେଇପାଲି ରୁ ୩୩ (ପୁରୁଷ), ସାକ୍ଷୀପଡା ରୁ ୨୬(ପୁରୁଷ) ଏବଂ କାଇଁଶିର ରୋଡ଼ ଅଇଁଠାପାଲି ରୁ ୨୬ (ପୁରୁଷ) ରହିଛନ୍ତି।

ସେହିପରି ମାନେଶ୍ଵର ବ୍ଲକ ରୁ ଚିହ୍ନଟ ଜଣକ ୪୩ ବର୍ଷ ପୁରୁଷ ଏବଂ ସେ କଣ୍ଟେଇପାଲି ଗ୍ରାମ ବାସିନ୍ଦା। ଧନକଉଡା ବ୍ଲକ ରୁ ଚିହ୍ନଟ ଜଣକ ଗୋଶାଳା ବାସିନ୍ଦା ପୁରୁଷ ଏବଂ ବୟସ ୩୬ ରହିଛି।

ତେବେ ଆଜିର ସମସ୍ତ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ଡାକ୍ତରଖାନା କୁ ପଠାଇ ଦିଆଯାଇଛି ଏବଂ ସମସ୍ତ ବ୍ୟକ୍ତି ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.