Home ଓଡ଼ିଶା ଜେଇଇ ଓ ନିଟ୍ ପରୀକ୍ଷା ଘୁଂଚାଇବାକୁ ଯୁବକଂଗ୍ରେସର ଦାବି

ଜେଇଇ ଓ ନିଟ୍ ପରୀକ୍ଷା ଘୁଂଚାଇବାକୁ ଯୁବକଂଗ୍ରେସର ଦାବି

65

ଭୁବନେଶ୍ୱର ୨୭-୮ (ଓଡ଼ିଆ ପୁଅ) – ଅଖିଳ ଭାରତୀୟ ଯୁବ କଂଗ୍ରେସ ଓ ପ୍ରଦେଶ ଯୁବ କଂଗ୍ରେସର ଆହ୍ୱାନକ୍ରମେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସାମାଜିକ ଦୂରତା ରକ୍ଷାକରି ଜେଇଇ ଓ ନିଟ୍ ପରୀକ୍ଷା ଘୁଂଚାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦେଶରେ ମହାମାରୀ କରୋନା ତାର କାୟା ବିସ୍ତାର କରିଥିବା ବେଳେ କେନ୍ଦ୍ର ସରକାର ପକ୍ଷରୁ ଜେଇଇ ଓ ନିଟ୍ ପରୀକ୍ଷା ଆୟୋଜନ କରିବା ଦୁର୍ଭାଗ୍ୟଜନକ ବୋଲି ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ପରିସ୍ଥିତିରେ ସରକାରଙ୍କ ସାମନାରେ ପରୀକ୍ଷା ଆଗ ନା ଛାତ୍ରଛାତ୍ରୀ ମାନଙ୍କ ଜୀବନ ଆଗ ଯୁବ କଂଗ୍ରେସ ପ୍ରଶ୍ନ କରିଛି। ଯଦି ପରୀକ୍ଷା ହୁଏ ତାହାଦ୍ୱାରା ଲକ୍ଷଲକ୍ଷ ଛାତ୍ରଛାତ୍ରୀମାନଙ୍କର କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି, ଘରଭିତରେ ଥାଇ ଲୋକ ସଂକ୍ରମିତ ହେଉଥିବା ସ୍ଥଳେ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ନିୟନ୍ତ୍ରିତ ସମ୍ଭବପର ହୋଇପାରିବ କି ବୋଲି ଯୁବ କଂଗ୍ରେସ ପ୍ରଶ୍ନ କରିଛି। ଏବେ ପରିବହନ ସେବା ସଂପୂର୍ଣ୍ଣ ଠପ ଥିବାବେଳେ ବିଭିନ୍ନ ସହରରେ ରହିବା ପାଇଁ ସୁବିଧା ନଥିବା ପରିସ୍ଥିତିରେ କିଭଳି ଛାତ୍ରଛାତ୍ରୀମାନେ ପରୀକ୍ଷା ହଲକୁ ଆସିପାରିବା ଆଶ୍ଚର୍ଯ୍ୟଜନକ ବୋଲି ଯୁବ କଂଗ୍ରେସ ପକ୍ଷରୁ କ୍ଷୋଭପ୍ରକାଶ କରାଯାଇଛି। ସରକାର କରୋନାର ଭୟାବହତାକୁ ଉପଲବ୍ଧୀ କରି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଥିବା ବେଳେ କିଭଳି ଏପରି ସାଙ୍ଘାତିକ ନିଷ୍ପତିନେବା ସରକାରଙ୍କ ପାଇଁ ବୁମେରାଂ ହେବବୋଲି ଯୁବ କଂଗ୍ରେସ କହିଛି। ଏହି ପରିସ୍ଥିତିରେ ଯଦି ଲକ୍ଷଲକ୍ଷ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଯଦି ସଂକ୍ରମିତ ହେବେ ତେବେ ଦାୟି କିଏ ରହିବ ବୋଲି ପ୍ରଶ୍ନବାଚି ସୃଷ୍ଟି ହୋଇଛି। ତେଣୁ କରୋନା ପରିସ୍ଥିତି ସ୍ୱଭାବିକ ଅବସ୍ଥା ନ ଆସିବା ପର୍ଯ୍ୟନ୍ତ ପରୀକ୍ଷା ଘୁଂଚାଇବା ପାଇଁ ଯୁବ କଂଗ୍ରେସ ଦାବି କରିଛି।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଖୋର୍ଦ୍ଧା ଜିଲ୍ଳା ଯୁବ କଂଗ୍ରେସ ସଭାପତି ସ୍ୱାଗତ କର, ବିଧାୟକ ପ୍ରାର୍ଥୀ ରାଜୀବ ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଅଜୟ କୁମାର ସାହୁ, ନଳିନୀକାନ୍ତ ନାୟକ, ସଂକୁନା କହଁର, ନିହାର ରଞ୍ଜନ ବେହେରା, ବିରଂଚି ବାରିକ, ଆଶୁତୋଷ ଲେଙ୍କା, ଜ୍ଞାନରଞ୍ଜନ ରାଉତ, ଆଦିତ୍ୟ ପରିଡ଼ା, ଅମରେଶ ପରିଡ଼ା, ପିୟୁସ ଜେନା, ବିଶ୍ୱରଞ୍ଜନ ଦାସ, ହରେକୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.