Home ଓଡ଼ିଶା କରୋନା କଟକଣା ସହାୟତାରେ ବ୍ୟତିକ୍ରମକୁ ସି.ପି.ଆଇ(ଏମ୍ ) ର ବିରୋଧ

କରୋନା କଟକଣା ସହାୟତାରେ ବ୍ୟତିକ୍ରମକୁ ସି.ପି.ଆଇ(ଏମ୍ ) ର ବିରୋଧ

64

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୮-ସାରା ଦେଶ ଓ ରାଜ୍ୟରେ କୋଭିଡ୍ କଟକଣାକୁ ନେଇ ରାଜ୍ୟ ବାସୀଙ୍କୁ ସହାୟତା ପ୍ରଦାନ କରାଯିବା ଘୋଷଣା କରାଯାଇଛି । କିନ୍ତୁ ସେଥିରେ କିଛି ଅନିୟମିୟତା ଦେଖା ଦେଇଛି । ଯାହାକୁ ନେଇ ନୟାଗଡ ଜିଲ୍ଲା ସି.ପି.ଆଇ(ଏମ୍‌) ତରଫରୁ ଅଗଷ୍ଟ ୨୭ ତାରିଖରେ ରଣପୁର ଜେଲ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି । ସି.ପି.ଆଇ(ଏମ୍‌) କେନ୍ଦ୍ରୀୟ କମିଟି ଆହ୍ୱାନରେ ନରସିଂହପୁର ପଂଚାୟତ କମିଟି ତରଫରୁ ରଣପୁର ଜେଲ୍ ଛକରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି । ଏକ ୧୬ଦଫା ଦାବି ସମ୍ବଳୀତ  ମେମୋରେଣ୍ଡମ୍ ପ୍ରଦାନ କରାଯାଇଛି ।

ଦାବି ଗୁଡିକ ମଧ୍ୟରେ ରହିଛି ଆୟକର ଦେଉନଥିବା ସମସ୍ତ ପରିବାର ବର୍ଗଙ୍କୁ ମାସିକ ୭ହଜାର ୫ଶହ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବା, ଦେଶର ସମସ୍ତ ପରିବାର ଗୁଡିକୁ ମାସିକ ବ୍ୟକ୍ତି ପିଛା ୧୦କେଜି ଚାଉଳ ଓ ଗହମ ମାଗଣାରେ ୬ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯାଉ, ମନରେଗା ଯୋଜନାରେ ପ୍ରତ୍ୟେକ ପରିବାରକୁ ବର୍ଷକୁ ୨ଶହ ଦିନର କାମ ଓ ମଜୁରୀ ବୃଦ୍ଧି କରାଯାଉ, ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ୍ ୧୯୭୯କୁ ଦୃଢ ଭାବରେ କାର୍ଯ୍ୟ କରାଯାଉ ଏହିଭଳି ୧୬ଦଫା । ନରସିଂହପୁର ସରପଂଚ କମରେଡ୍ ନିତ୍ୟାନନ୍ଦ ପରିଡାଙ୍କ ନେତୃତ୍ୱରେ ବୁଲୁ ମହାନ୍ତି, ଗଦାଧର ପ୍ରଧାନ ଓ ଅନ୍ୟମାନେ ଏହି ବିକ୍ଷୋଭରେ ସାମିଲ୍ ହୋଇଥିଲେ । କୋଭିଡ୍‌-୧୯ କଟକଣାକୁ ଆଧାର କରି ଏହି ବିକ୍ଷୋଭ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.