Home Coronavirus Outbreak ଜିଲ୍ଲାରେ ୧୮ଜଣ କରୋନା ଯୋଦ୍ଧାଙ୍କ ସହ ୮୧ ଜଣ ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ...

ଜିଲ୍ଲାରେ ୧୮ଜଣ କରୋନା ଯୋଦ୍ଧାଙ୍କ ସହ ୮୧ ଜଣ ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୨ରେ ପହଁଚିଲା

93

ମାଲକାନଗିରି, ୨୧ା୮ ( ଓଡିଆ ପୁଅ ) ଦିନକୁ ଦିନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି, ଆଜି ଜିଲ୍ଲାରେ ଗୋଟିଏ ଦିନରେ ୧୮ଜଣ କରୋନା ଯୋଦ୍ଧାଙ୍କ ସହ ୮୧ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଚିହ୍ନଟଙ୍କ ମଧ୍ୟରୁ ୨୭ଜଣ

ପୁବ ର୍ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିଲେ, ୧୬ଜଣଙ୍କର ରୋଗର ଲକ୍ଷଣ ଥିବା ବେଳେ ୩୮ଜଣ ହାଉସ ସର୍ଭେରୁ ଚିହ୍ନଟ ହୋଇ ଥିବାର ଜଣାପଡିଛି। ଏମାନଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ କେବଳ ୧୯ଜଣ, ବାଲିମେଳା ଏନଏସି ଅଚଂଳରୁ ଜଣେ, କାଲିମେଳା ବ୍ଲକ ଅଚଂଳରୁ ୧୩ ଜଣ, ମାଲକାନଗିରି ବ୍ଲକଅଚଂଳରୁ ୨ଜଣ, କୋରକୁଣ୍ଡା ବ୍ଲକ ଅଚଂଳରୁ ୨ ଜଣ, ଖଇରପୁଟ ବ୍ଲକ ଅଚଂଳରୁ ୭ଜଣ, ମାଥିଲି ବ୍ଲକ ଅଚଂଳରୁ ଜଣେ, ଚିତ୍ରକେଣ୍ଡା ବ୍ଲକରୁ ୯ଜଣ, ପଡିଆ ବ୍ଲକରୁ ୧୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିର ସଂକ୍ରମିତ ୮୧ଜଣ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୨ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୨୧ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୫୮୮ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାବେଳେ ୩ ଜଣଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି। ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୮୧ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଚଂଳକୁ କଟେଂନମେଟଂ ଜୋନ ବଫର ଜୋନ ଘୋଷଣା କରାଯିବା ସହ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନଓ୍ୟର୍ଡି କର୍ମୀ ମାନେ ଘରଘର ବୁଲି କୋଭିଡ ଟେଷ୍ଟ ଓ ଲକ୍ଷଣର ବିବରଣୀ ସଂଗ୍ରହ କରୁଛନ୍ତି। ସହରର ଓ ସାହିବସ୍ତିର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.