Home ଓଡ଼ିଶା ପିଠାଗୋଳା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଟିକୋଟି ଟଙ୍କାର ମହାଘୋଟାଲକୁ ନେଇ ରାଜ୍ୟ ବିଜେପି ପ୍ରତିନିଧି...

ପିଠାଗୋଳା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଟିକୋଟି ଟଙ୍କାର ମହାଘୋଟାଲକୁ ନେଇ ରାଜ୍ୟ ବିଜେପି ପ୍ରତିନିଧି ଦଳର ସରଜମିନ ତଦନ୍ତ

149

ହରିଚନ୍ଦନପୁର, ତା ୨୧ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଳା ପଞ୍ଚାୟତର ଖରବା ଗ୍ରାମରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ମହା ଘୋଟାଲାକୁ ନେଇ ଆଜି ରାଜ୍ୟ ବିଜେପି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଏକ ରାଜ୍ୟ ପ୍ରତିନିଧି ଦଳ ଘଟଣାସ୍ଥଳର ପରିଦର୍ଶନ କରି ସରଜମିନ ତଦନ୍ତ କରିଛନ୍ତି। ଏହି ଦଳରେ ବିଜେପିର ଜାତୀୟ ଉପସଭାପତି ଠାକୁର ରଞ୍ଜିତ ଦାସ, ରାଜ୍ୟ ବିଜେପି ମୁଖପାତ୍ର, ସତ୍ୟବ୍ରତ ପଣ୍ଡା, ସୋନାଲି ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏଥିସହ ଏହି ତଦନ୍ତରେ ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେପି ଲଢୁଆ ନେତା ଧନୂର୍ଜ୍ଜୟ ସିଦ୍ଧୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ, ହରିଚନ୍ଦନପୁର ମଣ୍ଡଳ ସଭାପତି ଜୟକୃଷ୍ଣ ମହାନ୍ତ, ମିଡ଼ିଆ ସଂଯୋଜକ ଅଭୟ କୁମାର ରଥଙ୍କ ସହ ଶତାଧିକ ବିଜେପି କର୍ମୀ ସହଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅବସ୍ଥା ଏହି ପଞ୍ଚାୟତରେ ଅତି ଦୟନୀୟ ଅବସ୍ଥାରେ ଅଛି। ଯାହାର ନିଚ୍ଛକ ପ୍ରତିଛବି ବିଭିନ୍ନ ଗଣମାଧ୍ୟମରେ ଲୋକଲୋଚନକୁ ଆସିଥିଲା। ଏହାସହ ଗରିବ ହିତାଧିକାରୀଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନର କର୍ଣ୍ଣପାତ ହୋଇନଥିଲା। ଏହି ଘୋଟାଲର ପୁଙ୍ଖାନୁପୁଙ୍ଖନ ତଦନ୍ତ କରିବା ପାଇଁ ଆଜି ରାଜ୍ୟ ବିଜେପି ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିଦର୍ଶନରେ ଲୋକଙ୍କ ଏହିଭଳି ଅବସ୍ଥା ଦେଖି ସରକାର ଓ ଜିଲ୍ଲା ପ୍ରଶାସନର ଘୋର ନିନ୍ଦା କରିଛନ୍ତି ରାଜ୍ୟ ପ୍ରତିନିଧି ଦଳ। ସରକାରଙ୍କ କୋୖଣସି ଯୋଜନା ପହଞ୍ଚି ପାରୁନଥିବା ଏହି ଖରବା ଗ୍ରାମର କାନ୍ଦୁଥିବା ଆଦିବାସୀ ମହିଳାଙ୍କର ଦୟନୀୟ ଅବସ୍ଥା ଅତ୍ୟନ୍ତ ହୃଦୟ ବିଦାରକ ଅଟେ। ଏହି ଗ୍ରାମର ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀ ଯଥା ରମେଶ ଜୁଆଙ୍ଗ, ଶରତ ଜୁଆଙ୍ଗ, ଊଷା ଜୁଆଙ୍ଗ, ଧାଡ଼ି ଜୁଆଙ୍ଗ, ପାଟୁ ମହ୍ଲାର ଆଦି ଅନେକ ଗ୍ରାମବାସୀଙ୍କ ଘର ଏବେବି ସରକାରୀ କାଗଜ କଲମରେ ସମ୍ପୂର୍ଣ୍ଣ ଦେଖାଯାଉଥିବା ବେଳେ ବାସ୍ତବସ୍ଥଳରେ ଘରର କେଉଁଠାରେ ପ୍ଳିନ୍ଥ ଲେବୁଲରେ ସୀମିତ ତ ଆଉ କେଉଁଠି ଲିନଟେଲ ଲେବୁଲ ପର୍ଯ୍ୟନ୍ତ ହୋଇଛି। ଯାହା ଫଳରେ ଏଠାକାର ଗରିବ ଆଦିବାସୀମାନେ ଭଙ୍ଗା ଦଦରା ଓ ପରଘର ବାରଣ୍ଡାରେ ଜୀବନ ବିତାଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.