Home ଜିଲ୍ଲା ପରିକ୍ରମା ଜିଲ୍ଲାରେ ଆକ୍ରାନ୍ତ ହେଲେ ୭୪, ସୁସ୍ଥ ହେଲେ ୭୭

ଜିଲ୍ଲାରେ ଆକ୍ରାନ୍ତ ହେଲେ ୭୪, ସୁସ୍ଥ ହେଲେ ୭୭

60

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲାରୁ ଆଉ ୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ୭୭ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ମୋଟ ୫୪ହଜାର ୫୩୭ ନମୁନା ପରୀକ୍ଷା ପରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୩୩୬୯ରେ । ସୁସ୍ଥଙ୍କ ସଂଖ୍ୟା ପହଞ୍ଚିଛି ୨୫୯୧ । ଏବେ ମୋଟ ସକ୍ରିୟ ଆକ୍ରାନ୍ତ ୭୬୯ଜଣ ଚିକିତ୍ସିତ ହେଉଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରୁ ୧୨ଜଣ, ବାସୁଦେବପୁର ପୌରପାଳିକାରୁ ୨ଜଣ, ଭଦ୍ରକ ବ୍ଲକରୁ ୧୬ଜଣ, ଭଦ୍ରକ ପୌରପାଳିକାରୁ ୯ଜଣ, ବନ୍ତ ବ୍ଲକରୁ ୩ଜଣ, ଭଣ୍ଡାରିପୋଖରୀ ବ୍ଳକରୁ ୧୧ଜଣ, ଚାନ୍ଦବାଲି ବ୍ଲକରୁ ୨ଜଣ, ତିହିଡି ବ୍ଲକରୁ ୧୭ଜଣ ଏବଂ ଅନ୍ୟ ଜିଲ୍ଲାରୁ ୨ଜଣ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.