Home କେନ୍ଦୁଝର ଛେନାପଦିଛକରେ ମୋବାଇଲ ଲୁଟେରା ସକ୍ରୀୟ, ଲୁଟୁଛନ୍ତି ଦାମୀ ସେଟ

ଛେନାପଦିଛକରେ ମୋବାଇଲ ଲୁଟେରା ସକ୍ରୀୟ, ଲୁଟୁଛନ୍ତି ଦାମୀ ସେଟ

47

ହାଟଡ଼ିହି, ୨୯ /୬/ :(ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଛେନାପଦିଛକ ଡେଲି ପରିବା ମାର୍କେଟ ର ମୋବାଇଲ ଲୁଟେରା ସକ୍ରୀୟ ହୋଇଥିବା ଜଣାଯାଇଛି । ଗତକାଲି ଶାସଙ୍ଗ ହାଇସ୍କୁଲର ଶିକ୍ଷକ ମାଧବାନନ୍ଦ ଜେନା ଛେନାପଦିଛକରେ ପରିବା କିଣୁଥିବା ସମୟରେ ଲୁଟେରାମାନେ ତାଙ୍କ ପକେଟରୁ ମୋବାଇଲଟି ଲୁଟି ନେଇଥିଲେ । ସେହିପରି ଆଜି ସକାଳେ ହାଟଡିହି କଲେଜର ଗଙ୍ଗାଧର ପରିଡା ପରିବା କିଣୁଥିବାବେଳେ ତାଙ୍କ ମୋବାଇଲଟି ମଧ୍ୟ ସମାନ ଢ଼ଙ୍ଗରେ ଚୋରୀ ହୋଇଥିଲା । ପରିବା କିଣିବାବେଳେ ଅନ୍ୟମନସ୍କତାର ସୁଯୋଗ ନେଇ ଲୁଟେଣାମାନେ ଅତି ସନ୍ତର୍ପଣରେ ପକେଟରୁ ମୋବାଇଲ ନେଇ ଯାଉଥିବା ଜାଣିବାକୁ ମିଳିଛି । ସେହିପରି ବସନ୍ତିଆ ବଜାରରୁ ମଧ୍ୟ ଅଭିନବ ଉପାୟରେ ଆଜି ଦୁଇଟି ମୋବାଇଲ ଲୁଟ ହୋଇଥିବାବେଳେ ସ୍ଥାନୀୟ ଲୋକମାନେ ଦୁଇଜଣ ଲୁଟେରାଙ୍କୁ ଧରି ପୁଲିସ ଜିମା ଦେଇଥିବା ଜଣାଯାଇଛି । ଗତ କିଛିଦିନ ତଳେ ଛେନାପଦିଛକରୁ ଜଣେ ମୋବଇଲ ଲୁଟେରାକୁ ଧରି ସ୍ଥାନୀୟ ଲୋକମାନେ ପୁଲିସକୁ ଜିମା ଦେଇଥିଲେ ମଧ୍ୟ ପୁଲିସ ଉପଯୁକ୍ତ ତଦନ୍ତ ନକରିବାରୁ ଏହି ର‌୍ୟାକେଟକୁ ଠାବ କରିପାରିଲାନି କି ଗୋଟିଏବି ଚୋରୀ ମୋବାଇଲ ଉଦ୍ଧାର କରିବାରେ ସକ୍ଷମ ହେଲାନି । ଫଳରେ ଏବେ ଲୁଟେରାଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବଢ଼ି ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.