Home ଜିଲ୍ଲା ପରିକ୍ରମା ଚରମ୍ପା ବରିଷ୍ଠ ନାଗରିକ ସଂଘର ୨ୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଚରମ୍ପା ବରିଷ୍ଠ ନାଗରିକ ସଂଘର ୨ୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

32

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ବରିଷ୍ଠ ନାଗରିକ ସଂଘର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳନ ନିମନ୍ତେ ସଂଘପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଶ୍ରୀ ଅରବିନ୍ଦ ପାଠ ଚକ୍ର ସମ୍ମିଳନୀ ଗୃହରେ ସଂଘର ସଭାପତି ଗଗନ ବିହାରୀ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର ବାର୍ଷିକ ଉତ୍ସବ ପାଳନ ପାଇଁ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ସୂଚନା ଦେଇଥିଲେ । ସଂଘ ର ନିଷ୍ପତ୍ତି କ୍ରମେ ଉକ୍ତ ଉତ୍ସବରେ ମାନନୀୟା ସାଂସଦ ମଞ୍ଜୁଲତା ମଣ୍ଡଳ, ମାନନୀୟ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ପ୍ରାଧ୍ୟାପକ ବ୍ରଜ ମୋହନ ମିଶ୍ରଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯିବାକୁ ସ୍ଥିର ହୋଇଥିଲା । ଏଥି ପାଇଁ ଏକ କମିଟି ଗଠନ କରାଯାଇ ସଭାପତି ଭାବେ ଗଗନ ବିହାରୀ ରାଉତ, ସମ୍ପାଦକ କୈଳାଶ ମହାପାତ୍ର, ଉପଦେଷ୍ଟା ପଦ୍ମ ଲୋଚନ ମହାଳିକ, ସଭ୍ୟ ଅଜୟ କୁମାର ପାଢ଼ୀ, ବିଶ୍ୱନାଥ ବେହେରା, ଶଙ୍କର୍ଷଣ ସାହୁ, ବରଦା ପ୍ରସନ୍ନ ପଣ୍ଡା, ଶଶିକାନ୍ତ ପାଢ଼ୀ, ବିଜୟ କୁମାର ସେନାପତି,କୋଷାଧକ୍ଷ ସୁଦର୍ଶନ ବିଶ୍ୱାଳଙ୍କୁ ନେଇ କମିଟି କରାଯାଇଛି । ଆଜିର ବୈଠକରେ ନୂତନ ସଭ୍ୟ ବିଶ୍ୱନାଥ ପାଢ଼ୀ, ଅଜୟ ପାଣିଗ୍ରାହୀ, ଗଣପତି ପାଣିଗ୍ରାହୀ ସଂଘର ସଦସ୍ୟତା ଗ୍ରହଣ କରିଥିଲେ । ଦୀନବନ୍ଧୁ ମହାରଣା, ବାବୁଲାଲ ଦାସ, ଦାଶରଥି ବେହେରା, ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ସୁରେନ୍ଦ୍ର ମଲିକ, ଜଗବନ୍ଧୁ ମହାନ୍ତି, ନରେନ୍ଦ୍ର ପଟ୍ଟନାୟକ, ରତ୍ନାକର ହାତୀ, ସନାତନ ଜେନା, ରବିନାରାୟଣ ପଣ୍ଡା ଆଲୋଚନାରେ ଭାଗ ନେଇଥିଲେ । ନାରାୟଣ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.