Home ଜିଲ୍ଲା ପରିକ୍ରମା ଶାରଦାରେ ଜନଶିକ୍ଷଣ ସଂସ୍ତାନ ପକ୍ଷରୁ ବିଶ୍ୱମହିଳା ଦିବସ ପାଳିତ

ଶାରଦାରେ ଜନଶିକ୍ଷଣ ସଂସ୍ତାନ ପକ୍ଷରୁ ବିଶ୍ୱମହିଳା ଦିବସ ପାଳିତ

19

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜନଶିକ୍ଷଣ ସଂସ୍ଥାନ ଆନୁକୂଲ୍ୟରେ ଶାରଦା ବିଦ୍ୟାମନ୍ଦିର ପରିସରରେ ସୋମବାର ବିଶ୍ୱ ମହିଳା ଦିବସ ପାଳନ ହୋଇ ମହିଳାମାନଙ୍କୁ ମାନସିକ ଦୃଢତା ସହକାରେ ନିଜକୁ ସଶକ୍ତ କରିବାକୁ ଆହ୍ୱାନ ଦିଆଯାଇଛି । ସଂସ୍ଥାନର ନିର୍ଦ୍ଦେଶିକା ଆରତି ସାହୁଙ୍କ ସଭାପତିତ୍ୱରେ ଏହି ଉତ୍ସବକୁ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ମହାନ୍ତି ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ ସୁରେନ୍ଦ୍ର ମିଶ୍ର ମୁଖ୍ୟବକ୍ତା, ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ ଶକୁନ୍ତଳା ଆଚାର୍ଯ୍ୟ, ଶାରଦା ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ର, ଆନିମାଲ ୱେଲଫେୟାର ସଭାପତି ରବିନାରାୟଣ ଜେନା, ଚେୟାରମ୍ୟାନ ଦୟାନିଧି ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱ ମହିଳା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିଭିନ୍ନ ସ୍ଥାନରୁ ଆସି ଉତ୍ସବରେ ଯୋଗଦେଇଥିବା ମହିଳାମାନେ ନିଜ ନିଜର ପାରିବାରିକ, ସାମାଜିକ, ନିଯୁକ୍ତିଗତ ସମସ୍ୟା ଉପସ୍ଥାପନ କରିଥିଲେ । ଏହି ଅବସରରେ ତାଲିମ ଗ୍ରହଣ କରି ସ୍ୱାବଲମ୍ବି ହୋଇ ଉଦାହରଣ ପାଲଟିଥିବା ଅନଙ୍ଗ ମଞ୍ଜରୀ ସେନାପତି, ଶୁଶ୍ରୀ ସଙ୍ଗୀତା ମିଶ୍ର, ରୂପାଲି ଦାସ ମହାପାତ୍ର, ଅରୁନ୍ଧତି ଓଝା, ପ୍ରିୟଙ୍କା ପ୍ରିୟଦର୍ଶନୀ ଜେନା, ସାବିତ୍ରୀ ଜେନା, ଅନୁସୂୟା ସାହୁ ଆଦି ମହିଳାମାନଙ୍କୁ ସଂସ୍ଥାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପବନ କୁମାର ନାୟକ ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଗଜେନ୍ଦ୍ର ସାହୁ ଓ ସାଥି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.