Home ଜିଲ୍ଲା ପରିକ୍ରମା ମନ୍ତେଇ ନଦୀ ପାଶ୍ୱର୍ରେ ଚିଙ୍ଗୁଡି ଚାଷ ଆଳରେ ଚାଲିଛି ବେଧଡକ ଗଛ କଟା

ମନ୍ତେଇ ନଦୀ ପାଶ୍ୱର୍ରେ ଚିଙ୍ଗୁଡି ଚାଷ ଆଳରେ ଚାଲିଛି ବେଧଡକ ଗଛ କଟା

35

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ମନ୍ତେଇ ନଦୀର ଚରଦିଆ ପଂଚାୟତରେ ଚାଲିଛି ବେଧଡକ ଗଛ କଟା । ନଦୀର ଦୁଇ କୂଳକୁ ତଥା ନଦୀର ଆଡିକୁ ସଂପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେଉଥିବା ଗଛ ଗୁଡିକୁ କଟା ଚାଲିଛି । ଏହି ଗଛର ରକ୍ଷଣା ବେକ୍ଷଣ କରିବା ପାଇଁ ଜଳ ସମ୍ପଦ ବିଭାଗ , ବନବିଭାଗ,ପଂଚାୟତିରାଜ ବିଭାଗ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚାଲୁଥିବା ବେଳେ କନକପଲ୍ଲୀ ମୌଜାରେ ଏହି ଗଛର ସୁରକ୍ଷା ନେଇ ଉଠିଛି ପ୍ରଶ୍ନବାଚୀ । ପ୍ରାପ୍ତ ଘଟଣାରୁ ଜଣାଯାଇଛି କନକପଲ୍ଲୀ ମୌଜା ମନ୍ତେଇ ନଦୀର ପାଶ୍ୱର୍ବର୍ତ୍ତୀ ଇଲାକା । ଏହି ମୌଜାରେ ଥିବା ଚିଙ୍ଗୁଡି ଚାଷୀ ମାନେ ନିଜର ଫାଇଦା ଉଠାଇବାକୁ ଯାଇ ୨ଦିନ ମଧ୍ୟରେ ଶତାଧିକ ଗଛ ଗୁଡିକ କାଟି ପକାଇବା ସହ ଏହି ଗଛ ଗୁଡିକର ଚିହ୍ନ ବର୍ଣ୍ଣ ହଟାଇବା ପାଇଁ କଟା ଗଛ ଗୁଡିକୁ ନଦୀରେ ଭସାଇ ଦେଉଥିବା ଜଣାଯାଇଛି ।ଏହି ଗଛ ଛେଦନ କାର୍ଯ୍ୟ ଦିନ ଦ୍ୱିପ୍ରହର ସମୟରେ ଚାଲିଥିବା ବେଳେ ଏହି ଗଛ ଗୁଡିକୁ କିଏ ସୁରକ୍ଷା ଦେବ ସେ ନେଇ ପ୍ରଶ୍ନବାଚୀ ହୋଇ ପଡିଛି । ମନ୍ତେଇ ନଦୀର ଧାମରା ପଂଚାୟତରେ ପାଶ୍ୱର୍ରେ ଥିବା ଗଛ ଗୁଡିକୁ ମଧ୍ୟ ଅବାଧରେ କଟା ଚାଲିଛି ।ଏହି ସମସ୍ତ ଗଛ ଗୁଡିକୁ ସୁରକ୍ଷା ଦେବା ପାଇଁ ଚାନ୍ଦବାଲି ରେଞ୍ଜର ଦାୟିତ୍ୱରେ ଥିବା ଜଣାଯାଇଥିବା ବେଳେ ଏହାର ସୁରକ୍ଷା କେବଳ କାଗଜ ପତ୍ରରେ ହିଁ ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା । ଅନ୍ୟ ପକ୍ଷରେ ଚାନ୍ଦବାଲି ଜଳ ସମ୍ପଦ ବିଭାଗ ମଧ୍ୟ ଏହି ଗଛ ଗୁଡିକର ରକ୍ଷଣା ବେକ୍ଷଣ ପାଇଁ ଚେଷ୍ଟିତ ହେବା ଜରୁରୀ ।୧୯୯୯ ମହାବାତ୍ୟା ସମୟରେ ନଦୀ କୂଳିଆ ଗଛ ଗୁଡିକ ପାଇଁ ଚରଦିଆ,ଧାମରା,ଦୋସିଙ୍ଗା ପଂଚାୟତ ଗୁଡିକ ସଂପୂର୍ଣ୍ଣ ସୁରକ୍ଷା ବଳୟ ମଧ୍ୟରେ ରହିଥିଲା । ଚାଲିଥିବା ଗଛ କଟାକୁ ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବୀ ହୋଇଛି ନଚେତ ଆଗାମୀ ଦିନରେ ଆସୁଥିବା ଦୈବୀ ଦୁର୍ବିର୍ପାକ ସମୟରେ କେତେବେଳେ ଧାମରା,ଚରଦିଆ,ଦୋସିଙ୍ଗା ପଂଚାୟତ ନିଜର ଭୌଗୋଳିକ ସ୍ଥିତି ହରାଇବା ସହ ସବୁଦିନ ପାଇଁ ଓଡିଶାର ମାନଚିତ୍ରରୁ ହଟିଯିବ ସେ କଥା ନେଇ ମଧ୍ୟ ପ୍ରଶ୍ନବାଚୀ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.