Home କୋରାପୁଟ   କୋରାପୁଟ ହସପିଟାଲରୁ ଚୋରୀ ୧୮ ମୋବାଇଲ ଜବତ ଓ ୩ ଗିରଫ

  କୋରାପୁଟ ହସପିଟାଲରୁ ଚୋରୀ ୧୮ ମୋବାଇଲ ଜବତ ଓ ୩ ଗିରଫ

82

କୋରାପୁଟ ୧୮-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ବିଭିନ୍ନ ୱାର୍ଡରୁ ଚୋରି ହୋଇଥିବା ୧୮ଟି ମୋବାଇଲ ଫୋନ ଟାଉନ ଥାନା ପୋଲିସ ଦ୍ୱାରା ଜବତ ହୋଇଥିବାବେଳେ ଚୋରି ଅଭିଯୋଗରେ ୨ଜଣ ସୁରକ୍ଷା କର୍ମୀଙ୍କ ସହ ପୋଲିସ ୩ଜଣକୁ ଗିରଫ କରିଥିବା  ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ଏକ  ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଚଳିତ ମାସ ୯ତାରିଖ ରାତିରେ  ହସ୍ପିଟାଲର ସର୍ଜରୀ ୱାର୍ଡରୁ ୪ଟି  ମୋବାଇଲ ଫୋନ ଚୋରି ହୋଇଥିଲା । ଖୋଜାଖୋଜି କରି ନ ପାଇବା ପରେ ସମ୍ପୃକ୍ତ ବ୍ୟକ୍ତିମାନେ ଟାଉନ ଥାନାରେ ୧୫ତାରିଖରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ତତ୍ୱାବଧାନରେ   ସବ-ଇନସପେକ୍ଟର ଯୋଶବନ୍ତ କୁମାର ସେଲମା ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ।ମୁଖ୍ୟ ଅଭିଯୁକ୍ତ ଲେଲି ଖୋସଲା ୪ ଟି ଚୋରୀ ମୋବାଇଲ ବିକ୍ରୀ କରୁଥିବା ଖବର ପାଇ ପୋଲିସ ତାକୁ ଧରି ପଚାରାଉଚୁରା କରିବା ପରେ ଆଉ ୧୪ ଟି ମୋବାଇଲ ତା ନିକଟରୁ ପାଇଥିଲା ।ସମୁଦାୟ ୧୮ ଟି ମୋବାଇଲ ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ସହଯୋଗ କରୁଥିବା ୨ ଜଣ ସୁରକ୍ଷା କର୍ମୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସେ ସୂଚନା ଦେଇଛନ୍ତି  ା ଦଶମନ୍ତପୁର ବ୍ଲକର କିତେଶ ଗ୍ରାମରେ ଲେଲି ଖୋସଲାର ଘର ଓ କୋରାପୁଟ ହସପିଟାଲରେ ଫାଷ୍ଟ ଫୁଡ ଦୋକାନ କରି ହସପିଟାଲରେ ପରିସରରେ ରାତ୍ରୀଯାପନ କରୁଥିଲା ବୋଲି ସେ ପ୍ରକାଶ କରିଛନ୍ତି । ୨ ଜଣ ସୁରକ୍ଷାକର୍ମିଙ୍କ ଗିରଫ ପ୍ରତିବାଦରେ  କେତେକ ସୁରକ୍ଷାକର୍ମିମାନେ  ଗାଡିରେ କୋର୍ଟଚାଲାଣ କରାଯାଉଥିବା ସମୟରେ ଗାଡି ସମ୍ମୁଖରେ ବସିଥିଲେ । ।ପରେ ଟାଉନ ଥାନା  ଆଇଆଇସି ଶ୍ରୀ ପଟନାୟକ ବୁଝାଇବା ପରେ ସୁରକ୍ଷାକର୍ମିମାନେ ଗାଡି ସମ୍ମୁଖରୁ ଉଠିଯାଇଥିଲେ ।ସାମ୍ବାଦିକ ସମ୍ମିଳନୀରେ ଟାଉନଥାନା ଏସଆଇ ସୁଦର୍ଶନ ଅଧିକାରୀ ଓ ଯୋଶବନ୍ତ କୁମାର ସେଲମା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.