Home କୋରାପୁଟ            କୋରାପୁଟ ଜିଲ୍ଲାରେ  ୭୭ଜଣ କରୋନା ପଜିଟିଭ ଚିହ୍ନଟ

           କୋରାପୁଟ ଜିଲ୍ଲାରେ  ୭୭ଜଣ କରୋନା ପଜିଟିଭ ଚିହ୍ନଟ

66

କୋରାପୁଟ ୧୮-୦୬ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ଶୁକ୍ରବାର ଦିନ  ୪୦ଜଣ ମହିଳାଙ୍କ ସମେତ  ୭୭ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୭୨୫୦ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୪ ଜଣ  ଚିହ୍ନଟ ହୋଇଥିବାବେଳେ  ଜୟପୁର ପୌରାଂଚଳରୁ ୧୭,ସୁନାବେଡା ପୌରାଂଚଳରୁ  ୬ ଓ କୋଟପାଡ ଏନଏସିରୁ ୪  ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ  ବ୍ଲକରୁ ୧, ବୈପାରିଗୁଡା ବ୍ଲକରୁ ୫,ବୋରିଗୁମ୍ମା ବ୍ଲକରୁ ୫,ଦଶମନ୍ତପୁର ବ୍ଲକରୁ ୧,ଜୟପୁର ବ୍ଲକରୁ ୮ ଓ କୋରାପୁଟ ବ୍ଲକରୁ ୯  ଜଣ  ଚିହ୍ନଟ ହୋଇଥିବାବେଳେ  କୋଟପାଡ  ବ୍ଲକରୁ ୧,କୁନ୍ଦୁରା ବ୍ଲକରୁ ୬,ଲମତାପୁଟ ବ୍ଲକରୁ ୧, ଲକ୍ଷ୍ମୀପୁର ବ୍ଲକରୁ ୪,  ନନ୍ଦପୁର ବ୍ଲକରୁ ୦,ନାରାୟଣପାଟଣା ବ୍ଲକରୁ ୨,ପଟ୍ଟାଙ୍ଗୀ ବ୍ଲକରୁ ୧ ଏବଂ ସେମିଲିଗୁଡା ବ୍ଲକରୁ ୨  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି । ଶୁକ୍ରବାର ଦିନ ନନ୍ଦପୁର ବ୍ଲକରୁ  ପଜିଟିଭ ଚିହ୍ନଟ ହୋଇ ନ ଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୧୭  ତାରିଖ ସୁଦ୍ଧା ୩ ଲକ୍ଷ  ୧୯ ହଜାର ୪୦୭  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୧୭ ତାରିଖ  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୬୧୫୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୦୫୩ଟି ସକ୍ରୀୟ କେସ ରହିଛି ଓ  ୪୪ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.