Home Top News ଓଡ଼ିଶା ବିଜେପି ସୋସିଆଲ୍ ମିଡିଆ ଭାଗ ଭାଗ: ଘାରିଛି ଲାଇକ୍, ସେୟାର୍ ଆଉ କମେଣ୍ଟ୍ ନିଶା...

ଓଡ଼ିଶା ବିଜେପି ସୋସିଆଲ୍ ମିଡିଆ ଭାଗ ଭାଗ: ଘାରିଛି ଲାଇକ୍, ସେୟାର୍ ଆଉ କମେଣ୍ଟ୍ ନିଶା ..

47

ଭୁବନେଶ୍ୱର: ଏବେ ବିଭିର୍ଣ୍ଣ ରାଜନୈତିକ ଦଳ ଗୁଡ଼ିକ ନିଜର ପ୍ରଚାର ପ୍ରସାର ତଥା ଲୋକ ସମ୍ପର୍କ ପାଇଁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏମିତିରେ ଦେଖିଲେ ବୋଧେ ବିଜେପି ଏଥିରେ ସମସ୍ତଙ୍କ ଠାରୁ ଆଗରେ ଅଛି। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୋସିଆଲ୍ ମିଡିଆକୁ ଖୁବ୍ ଗୁରୁତ୍ୱ ଦେଉଛନ୍ତି। ଏଥିରୁ ମଧ୍ୟ ବାଦ ନାହିଁ ଓଡ଼ିଶା ବିଜେପି ଏବଂ ବିଜେଡି। ତେବେ, ବିଜେଡିର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ଏକ ବ୍ୟବସ୍ଥା ଭିତରେ ପରିଚାଳିତ ହେଉଥିବାର ଦେଖାଯାଉଛି। ସେଥିରେ କେବଳ ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଫୋକସ୍ କରି ପ୍ରଚାର କରାଯାଉଥିବା ବେଳେ ବିପକ୍ଷକୁ ମଧ୍ୟ ଟାର୍ଗେଟ୍ କରାଯାଉଛି। କିନ୍ତୁ, ବିଜେପି କଥା ଭିନ୍ନ, ସଂପୂର୍ଣ୍ଣ ଅବ୍ୟବସ୍ଥିତ। ଓଡ଼ିଶା ବିଜେପିର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟ ଗୁଡ଼ିକୁ ଦେଖିଲେ ତାହା ବେଶୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ହିଁ ଫୋକସ୍ କରୁଥିବା ଦେଖାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରେୟ ଦେଲା ପରେ ଯେ କୌଣସି ବିଭାଗରେ ଓଡ଼ିଶା ପ୍ରତି ରହୁଥିବା ଅବଦାନ ଉପରେ ଟାଣି ଓଟାରି କେବଳ ଧର୍ମେନ୍ଦ୍ରଙ୍କ ନାଁ’ ଭର୍ତ୍ତି କରାଯାଉଛି। ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ସେତେଟା ଗୁରୁତ୍ୱ ଦିଆଯାଉ ନଥିବା ବେଳେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଅଣଦେଖା କରାଯାଉଥିବା ସ୍ପଷ୍ଟ ବାରି ହୋଇଯାଉଛି। ମୂଳ ଭୁଲ ଥିଲେ ଡାଳ ଠିକ୍ ହେବ ବା କୁଆଡୁ? ଏହାର ଫାଇଦା ନେଇ କେତେକ ଗୋଷ୍ଠୀ “ଓଡ଼ିଶା ବିଜେପି”ର ଭିନ୍ନ ଭିନ୍ନ ନାମକକରଣ କରି ଗୃପ ତିଆରି କରିଛନ୍ତି। କିଏ ଧର୍ମେନ୍ଦ୍ରଙ୍କୁ ଶ୍ରେୟ ଦେଉଛି ତ’ କିଏ ପ୍ରତାପ ଷଡ଼ଙ୍ଗୀଙ୍କୁ କିଏ ଅପରାଜିତା ଷଡ଼ଙ୍ଗୀଙ୍କୁ ତ’ ଆଉ ପୁଣି କିଏ ବୈଜୟନ୍ତ ପଣ୍ଡାଙ୍କୁ ପ୍ରମୋଟ୍ କରୁଛି। ତେବେ, ଏ ଲଢ଼େଇରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଲଢ଼େଇ ଆଗରେ ରହିଛି। ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ କିଛି ବିଜେପି କାର୍ଯ୍ୟକର୍ତ୍ତା ଭିନ୍ନଭିନ୍ନ ଗୋଷ୍ଠୀ ହୋଇ ଏହି ଦୁଇ ଜଣଙ୍କ ଭିତରେ ଏମିତି ପ୍ରତିଯୋଗିତା ଚଲାଇଛନ୍ତି, ଯାହା ବିଜେପି ପାଇଁ ଲୋକହସାର କାରଣ ହେଉଛି। ଏହା ଭିତରେ ଏହାର ଫାଇଦା ମଧ୍ୟ ନେଉଛନ୍ତି ଆଉ କିଛି ତଳ ସ୍ତରିଆ ନେତା ଆଉ ନେତ୍ରୀ। ବିଭିନ୍ନ ଜିଲ୍ଲା ସ୍ତରରେ ସ୍ଥାନୀୟ ନେତାନେତ୍ରୀଙ୍କୁ ନେଇ ସମାନ ପ୍ରକ୍ରିୟା ଚାଲିଛି। ଆତ୍ମପ୍ରଚାରରେ ମଗ୍ନ ହୋଇ ଲାଇକ୍, ସେୟାର୍ ଆଉ କମେଣ୍ଟ୍ ନିଶାରେ ପଡ଼ି ଯାଇଛନ୍ତି ଏମାନେ। ନିଜ ନିଜ ସମର୍ଥକ ମାନଙ୍କୁ ଲଗାଇ କିଏ ଧର୍ମେନ୍ଦ୍ରଙ୍କ ଆଡ଼ରେ ତ’ କିଏ ଅପରାଜିତାଙ୍କ ଆଡ଼ରେ ନିଜ ନିଜର ଫଟୋ ପୋଷ୍ଟର କରି ସେହି ଗୃପ ଗୁଡ଼ିକରେ ଛିଆଇ ଦେଉଛନ୍ତି। ଏହାସହ ସ୍ୱତନ୍ତ୍ର ଭାବରେ ନିଜ ନିଜର ମଧ୍ୟ ପ୍ରଚାର କରାଉଛନ୍ତି। ବେଳେବେଳେ ତାହା ମାତ୍ରାଧିକ ହୋଇଯାଉଛି। ସେମାନଙ୍କ ମଧ୍ୟରେ ପରୋକ୍ଷରେ ହେଉ ବା ପ୍ରତ୍ୟେକ୍ଷରେ ଆରୋପ ପ୍ରତ୍ୟାରୋପ, କିଏ ଶ୍ରେଷ୍ଠ ଆଦି ନେଇ ପ୍ରତିଯୋଗିତା ଚାଲିଛି। ଯାହା ବିଜେପି ସଙ୍ଗଠନ ପାଇଁ କ୍ଷତି କରାଉଛି। କିନ୍ତୁ ଏମାନଙ୍କୁ ରୋକିବ ବା କିଏ? ମୂଳରେ ତ’ ସମସ୍ୟା ରହିଛି, ଡାଳକୁ ସମ୍ଭାଳିବ ବା କିଏ?
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.