Home Top News କିସାନ ମହାପଞ୍ଚାୟତ ଆରମ୍ଭ – ବହୁ ସଂଖ୍ୟାରେ କୃଷକ ଏକତ୍ରିତ

କିସାନ ମହାପଞ୍ଚାୟତ ଆରମ୍ଭ – ବହୁ ସଂଖ୍ୟାରେ କୃଷକ ଏକତ୍ରିତ

60

ନୂଆଦିଲ୍ଲୀ / ଗାଜୀପୁର (ଓଡ଼ିଆ ପୁଅ) : ମୁଜାଫରନଗରରେ କିସାନ ମହାପାଞ୍ଚାୟତ ଆରମ୍ଭ ହୋଇଛି। ଏଥିରେ ଭାଗ ନେବାକୁ ବହୁ ସଂଖ୍ୟକ କୃଷକ ପହଞ୍ଚିଛନ୍ତି। ଆରଏଲଡି ଉପାଧ୍ୟକ୍ଷ ଜୟନ୍ତ ଚୌଧୁରୀ ମଧ୍ୟ ମହାପଞ୍ଚାୟତରେ ଯୋଗ ଦେଇଛନ୍ତି। ଯେଉଁଥିପାଇଁ ୟୁପି ପୋଲିସ ହାଇ ଆଲର୍ଟରେ ଅଛି। ଭାରତ କିସାନ ୟୁନିଅନର ମହାପଞ୍ଚାୟତର ମଞ୍ଚ ସରକାରୀ ଇଣ୍ଟର କଲେଜ ପରିସରରେ କରାଯାଇଛି। କୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ଏବଂ ୟୁପି ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ଅନୁମାନ କରାଯାଉଛି ଯେ ଏହି ମହାପଞ୍ଚାୟତରେ କୃଷକମାନେ ଏହି ଆନ୍ଦୋଳନ ପାଇଁ ଅଧିକ ରଣନୀତି ଉପରେ ବିଚାର କରୁଛନ୍ତି। ନରେଶ ଟିକାଇଟ ଆଖପାଖର ଚାଷୀଙ୍କୁ ଗାଜିପୁର ସୀମାରେ ପହଁଚାଇବାକୁ ଆହ୍ୱାନ ଦେଇଥିଲେ, ଯେଉଁଥିପାଇଁ ସେଠାରେ ବହୁ ସଂଖ୍ୟକ ଲୋକ ସେଠାରେ ପହଁଚିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.