Home କୋରାପୁଟ  କୋରାପୁଟ ଜିଲ୍ଲାରେ ୬୯ଜଣ କରୋନା ପଜିଟିଭ ଚିହ୍ନଟ

 କୋରାପୁଟ ଜିଲ୍ଲାରେ ୬୯ଜଣ କରୋନା ପଜିଟିଭ ଚିହ୍ନଟ

32

କୋରାପୁଟ ୨୬-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ସୋମବାର ଦିନ ୨୫ଜଣ ମହିଳାଙ୍କ ସମେତ  ୬୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୬,ଜୟପୁର ପୌରାଂଚଳରୁ ୨୩  ଏବଂ ସୁନାବେଡା ପୌରଇଂଚଳରୁ ୧୧  ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ ବ୍ଲକରୁ ୬,ବୈପାରିଗୁଡା ବ୍ଲକରୁ ୨,ବୋରିଗୁମ୍ମା ବ୍ଲକରୁ ୩,ଜୟପୁର ବ୍ଲକରୁ ୪  ଓ କୋରାପୁଟ ବ୍ଲକରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କୋଟପାଡ ବ୍ଲକରୁ ୧,ଲମତାପୁଟରୁ ୨,ନାରାୟଣପାଟଣା ବ୍ଲକରୁ ୩ ଏବଂ ସେମିଲିଗୁଡା  ବ୍ଲକରୁ  ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ୨୫  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୮ ହଜାର ୮୮୨  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲା ପ୍ରଶାସନ  ପକ୍ଷରୁ ସୂଚନା ଦିଆଯାଇଛି ।  କୋରାପୁଟ ଜିଲ୍ଲ।।ରେ ବର୍ତମାନ ସୁଦ୍ଧା ମୋଟ ୮୫୪୦ ଜଣ ଆକ୍ରାନ୍ତ  ଚିହ୍ନଟ ହୋଇଥିବାବେଳେ ୮୦୫୫ଜଣ  ସୁସ୍ଥ ହୋଇ ସାରିଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ବର୍ତମାନ ମାତ୍ର ୪୬୮ଟି ଏକ୍ଟିଭ କେଶ ଥିବାବେଳେ  ୧୭ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.