Home Top News CHSE ର +୨ ମୂଲ୍ୟାଙ୍କନ ଫର୍ମୁଲା, ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଫଳାଫଳ

CHSE ର +୨ ମୂଲ୍ୟାଙ୍କନ ଫର୍ମୁଲା, ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଫଳାଫଳ

113

ଭୁବନେଶ୍ୱର ୧୮-୬ (ଓଡ଼ିଆ ପୁଅ) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅନେକ ରାଜ୍ୟରେ +୨ ପରୀକ୍ଷା ବାତିଲ୍ ହେବା ସହ ଆମ ରାଜ୍ୟରେ ମଧ୍ୟ ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍ କରାଯାଇଛି। ତେବେ ମୂଲ୍ୟାୟନ କିପରି ହେବ ବିଶେଷଜ୍ଞ କମିଟି ସହ ବିଚାରବିମର୍ଶ କରି ବିକଳ୍ପ ମୂଲ୍ୟାୟନ ଫର୍ମୁଲା ବାହାର କରିଛି ସିଏଚଏସଇ।

ତେବେ, ରେଗୁଲାର ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀ ବୋର୍ଡର ଥିଓରୀ ପରୀକ୍ଷା ମାର୍କ ଆଧାରରେ ମୂଲ୍ୟାୟନ କରାଯିବ।

– ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କୁ ଥିଏରୀ ପେପରରେ ସେମାନେ ପୂର୍ବରୁ ଦେଇଥିବା ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ପ୍ରଦର୍ଶନ ଆଧାରରେ ମାର୍କ ମିଳିବ।

ଯଦି ଉପରୋକ୍ତ ମୂଲ୍ୟାଙ୍କନରେ କୌଣସି ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରନ୍ତି ତେବେ ସ୍ଥିତିରେ ସୁଧାର ଆସିବା ପରେ ଅଫ୍ ଲାଇନରେ ପରୀକ୍ଷା ଦେଇପାରିବେ।

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଫଳାଫଳ ପ୍ରକାଶ ପାଇବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.