Home କୋରାପୁଟ କୋରାପୁଟ ଜିଲ୍ଲାରେ ୧୬୪ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୧୬୪ଜଣ କରୋନା ପଜିଟିଭ ଚିହ୍ନଟ

20

କୋରାପୁଟ ୧୩-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଗୁରୁବାର ଦିନ ୫୨ଜଣ ମହିଳାଙ୍କ ସମେତ   ୧୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୦୬୫୫ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ପୌରାଂଚଳରୁ  ୨୭ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ୪୪, ସୁନାବେଡା ପୌରାଂଚଳରୁ ୯ ଏବଂ କୋଟପାଡ ଏନଏସିରୁ   ଜଣେ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି   ବନ୍ଧୁଗାଁ ବ୍ଲକରୁ ୨,ବୈପାରିଗୁଡା ବ୍ଲକରୁ ୯,ବୋରିଗୁମ୍ମା ବ୍ଲକରୁ ୯,ଦଶମନ୍ତପୁର ବ୍ଲକରୁ ୩,ଜୟପୁର ବ୍ଲକରୁ ୧୨  ଓ କୋରାପୁଟ ବ୍ଲକରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କୁନ୍ଦ୍ରା ବ୍ଲକରୁ ୮,ଲମତାପୁଟ ବ୍ଲକରୁ ୯,ଲକ୍ଷ୍ମୀପୁର ବ୍ଲକରୁ ୭,ନନ୍ଦପୁର ବ୍ଲକରୁ ୪,ପଟ୍ଟାଙ୍ଗୀ ବ୍ଲକରୁ ୫  ଏବଂ ସେମିଲିଗୁଡା  ବ୍ଲକରୁ  ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୧୨  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୪୪  ହଜାର ୯୯୯  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।ସେହିପରି ମଇ ୧୩  ସୁଦ୍ଧା ଜିଲ୍ଲାର ମୋଟ   ଆକ୍ରାନ୍ତଙ୍କ ଭିତରୁ  ୯୧୩୭ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୪୯୭ ଟି ସକ୍ରୀୟ କେସ ରହିଛି ଓ  ୨୧ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.