Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଭଦ୍ରକ ଜିଲାରେ ୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

20

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ନୂଆ ୮୭ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଯାହା ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ୪୮୦ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୭ହଜାର ୮୧୩ । ମୃତକଙ୍କ ସଂଖ୍ୟା ମୋଟ ୨୮ରେ ପହଞ୍ଚିଥିବା ବେଳେ ସକ୍ରିୟଙ୍କ ସଂଖ୍ୟା ୬୩୯ ହୋଇଛି । ଚିହ୍ନଟ ଆକ୍ରାନ୍ତମାନେ ହେଲେ ବାସୁଦେବପୁର ବ୍ଲକର ମଧୁସୂଦନପୁର ଗ୍ରାମରୁ ୨ଜଣ, ଆଲବଗା ଗ୍ରାମରୁ ୨ଜଣ, ଗୁଆଗଡ଼ିଆ ଗ୍ରାମରୁ ୨ଜଣ, କିସ୍ମତକୃଷ୍ଣପୁର ଗ୍ରାମରୁ ଜଣେ, ବିନାୟକପୁର ଗ୍ରାମରୁ ଜଣେ, ନରସିଂହପୁର ଗ୍ରାମରୁ ଜଣେ, ରାଜଘରପୋଖରୀରୁ ଜଣେ, ସାନକୃଷ୍ଣପୁର ନବୋଦୟ ବିଦ୍ୟାଳୟରୁ ଜଣେ, ସୁଆଁ ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ବ୍ଲକର କୁଡ଼ିଆମାଳ ଗ୍ରାମରୁ ଜଣେ, ଚରମ୍ପାରୁ ୯ଜଣ, ଜଗଦଳପୁର ଗ୍ରାମରୁ ଜଣେ, ପ୍ରାଚୀନଗର ଗ୍ରାମରୁ ଜଣେ, ସାତଭଉଣୀ ଗ୍ରାମରୁ୨ଜଣ, ଭଦ୍ରକ ବ୍ଲକରୁ ୨ଜଣ, ଭଦ୍ରକ ପୌରପାଳିକା ୧୪ ନଂ ୱାର୍ଡ ଅପର୍ତ୍ତିବିନ୍ଧା ଗ୍ରାମରୁ ଜଣେ, ୧୬ନଂ ୱାର୍ଡ କୁଆଁସ ଗ୍ରାମରୁ ଜଣେ, ୧୫ ନଂ ୱାର୍ଡ କୁଆଁସ ଗ୍ରାମରୁ ଜଣେ, ୨୩ ନଂ ୱାର୍ଡ ହଳଦିଡିହରୁ ଜଣେ, ୬ ନଂ ୱାର୍ଡ କାନ୍ତକବିନଗରରୁ ଜଣେ, ୭ ନଂ ୱାର୍ଡ ଗବସାହିରୁ ୪ଜଣ, ୯ ନଂ ୱାର୍ଡ ବନ୍ତଛକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଧାମନଗର ବ୍ଲକର କେଳାନନ୍ଦସାହି ଗ୍ରାମରୁ ୩ଜଣ, ଲୁଣିଆ ଗ୍ରାମରୁ ଜଣେ, ସୋଧ ଗ୍ରାମରୁ ଜଣେ, ପଣ୍ଡାବର୍ତ୍ତିଆ ଗ୍ରାମରୁ ଜଣେ, ବନ୍ତ ବ୍ଳକ ପରୁଷଣ୍ଢ ଗ୍ରାମରୁ ୩ଜଣ, ବରିଡ଼ି ଗ୍ରାମରୁ ୨ଜଣ, ବିଶଲକଣା ଗ୍ରାମରୁ ୩ଜଣ, ଧାନଘରା ଗ୍ରାମରୁ ୫ଜଣ, ହରିପୁର ଗ୍ରାମରୁ ଜଣେ, ଚକ୍ରାପାଢୀ ଗ୍ରାମରୁ ଜଣେ, ତାଜିପୁର ଗ୍ରାମରୁ ୫ଜଣ, ଭଗାରାମ ଗ୍ରାମରୁ ୨ଜଣ, ମହାନ୍ତିପଡା ଗ୍ରାମରୁ ଜଣେ, ବରଡେଶ୍ୱର ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ବ୍ଳକର ଗୋପାଳପୁର ଗ୍ରାମରୁ ଜଣେ, କଇଥଖୋଲା ଗ୍ରାମରୁ ଜଣେ, ବିଶ୍ରାମପୁର ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଭଣ୍ଡାରିପୋଖରୀ ବ୍ଲକର ଦକ୍ଷିଣବାଡ ଗ୍ରାମରୁ ୪ଜଣ, ଆଖୁଆପଦା ଗ୍ରାମରୁ ୨ଜଣ, ଦେଓପଡ଼ା ଗ୍ରାମରୁ ୨ଜଣ, କୁବେରାଗଡ଼ିଆ ଗ୍ରାମରୁ ଜଣେ, ଧାମନଗର ଏନ୍‌ଏସି ୫ ନଂ ୱାର୍ଡ ଶ୍ୟାମପୁର ଗ୍ରାମରୁ ଜଣେ, ତିହିଡ଼ି ବ୍ଲକ ନଛିବିନ୍ଧା ଗ୍ରାମରୁ ଜଣେ, ପାଳସାହି ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରୁ ଜଣେ, କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଅଞ୍ଚଳରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଚିହ୍ନଟଙ୍କ ମଧ୍ୟରେ ଜଣେ ୪୧ ବର୍ଷ ବୟସ୍କ ଯୁବକଙ୍କର ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.