Home କୋରାପୁଟ କୋଭିଡ ସଂକ୍ରମଣ ରୋକିବାକୁ ୯ଦିନ ବନ୍ଦ ରହିବ ସୁନାବେଡାସ୍ଥିତ ହାଲ

କୋଭିଡ ସଂକ୍ରମଣ ରୋକିବାକୁ ୯ଦିନ ବନ୍ଦ ରହିବ ସୁନାବେଡାସ୍ଥିତ ହାଲ

45

କୋରାପୁଟ ୧୩-୦୫(ଓଡିଆ ପୁଅ /ରଂଜନ ଦାସ) କରୋନା ମହାମାରୀ ସଂକ୍ରମଣ ରୋକିବାକୁ ସୁନାବେଡାସ୍ଥିତ ହିନ୍ଦୁସ୍ଥାନ ରୋନେଟିକସ ଲିମିଟେଡ୍‌(ହାଲ) କର୍ତୂପକ୍ଷ ୯ଦିନ ପାଇଁ ଫ୍ୟାକ୍ଟେରୀ ବନ୍ଦ ରଖିବାକୁ ନିଷ୍ପତି ନେଇଥିବା ଜଣାପଡିଛି । କରୋନାର ସଂକ୍ରମଣ ରୋକିବା ପାଇଁ  ମଇ ୧୫ରୁ ୨୩ ଯାଏଁ ଫ୍ୟାକ୍ଟେରୀ ସମ୍ପୂର୍ଣ ବନ୍ଦ ରହିବ ବୋଲି  ହାଲ କର୍ତୂପକ୍ଷ  ସୂଚନା ଦେଇଛନ୍ତି । ତେବେ ଏହି ସମୟ ମଧ୍ୟରେ ହାଲ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ସେବା,ଅଗ୍ନୀଶମ ବିଭାଗ,ଜଳ ଯୋଗାଣ,ବିଦ୍ୟୁତ ସେବା,ପରିମଳ ବିଭାଗ କାର୍ଯ୍ୟ ସ୍ୱାଭାବିକ ଚାଲିବ ବୋଲି କର୍ତୂପକ୍ଷ ବିଜ୍ଞପ୍ତି ଜାରି କରିଥିବାବେଳେ ଉପରୋକ୍ତ ବିଭାଗରେ କାର୍ଯ୍ୟରତ କର୍ମଚାରୀ,ଠିକା ଶ୍ରମିକ ଓ ଅନ୍ୟମାନେ ନିୟମିତ କାର୍ଯ୍ୟ କରିବେ ବୋଲି ଜଣା ପଡିଛି । ମଇ ୨୪ରୁ ହାଲ କର୍ମଚାରୀ ଦୈନିକ ପ୍ରତି ସିପ୍ଟରେ  ସାଢେ ତିନିଘଂଟା ଓଭରଟାଇମ କରିବା ସହ  ଜୁଲାଇ ମାସରେ ଅତିରିକ୍ତ କାମ କରି ଛୁଟି ଏଡଜଷ୍ଟ କରିବାକୁ  କର୍ମର୍ଚାରୀମାନଙ୍କୁ କୁହା ଯାଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ ମଇ ୧୫ରୁ ୨୩ ମଧ୍ୟରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ  ବିଭାଗୀୟ ମୁଖ୍ୟଙ୍କ ବିନା ଅନୁମୋଦନରେ ବାହାରକୁ ଯାଇ ପାରିବେ ନାହିଁ ,ଅତି ଜରୂରୀ ସ୍ଥଳରେ ଫୋନ କିମ୍ବା  ବୈଦ୍ୟୁତିକ  ବ୍ୟବସ୍ଥାରେ ଯୋଗାଯୋଗ  କରି କର୍ତୂପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.