Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ମୁଗ ଓ ଚିନାବାଦାମ ମଣ୍ଡିର ଶୁଭାରମ୍ଭ

ମାଲକାନଗିରି ଜିଲ୍ଲାରେ ମୁଗ ଓ ଚିନାବାଦାମ ମଣ୍ଡିର ଶୁଭାରମ୍ଭ

67

ମାଲକାନଗିରି,୧୩ ।୫ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ପ୍ରଚୁରପରିମାଣରେ ଚିନାବାଦମ ଓ ମୁଗ ଫସଲ ଉତ୍ପାଦିତ ହୋଇଥିବାରୁ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲି ଚାଷୀଙ୍କ ଠାରୁ ସରକାରି ଦରରେ କ୍ରୟଆରମ୍ଭ ହୋଇଯାଇଛି । ଆଜି ଜିଲ୍ଲାସଦର ମହକୁମା ନିୟନ୍ତ୍ରୀତ ବଜାର କମଟି ପ୍ରାଙ୍ଗଣରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଯୋଗଦେଇ ଚିନାବାଦମ ଓ ମୁଗ ମଣ୍ଡିକୁ ଉଦଘାଟନ କରି ଶୁଭାରମ୍ଭ କରିଛନ୍ତି । ପ୍ରଥମ ଦିବସରେ ମଣ୍ଡିରେ ୨୩ଜଣ ଚାଷୀଙ୍କ ଠାରୁ ୧୫୭କି୍ୱଟାଂଲ ମୁଗ କ୍ରୟ କରାଯାଇଛି । ମୁଗ କ୍ୱିଟାଂଲ ପିଛା୭,୧୯୬ଟଙ୍କା ଓ ଚିନାବାଦାମ କ୍ୱିଟାଂଲ ପିଛା ୫,୨୭୫ଟଙ୍କା ସରକାରି ମୂଲ୍ୟ ରହିଛି । ଏହି ଉଦଘାଟନି କାର୍ଯ୍ୟକ୍ରମରେ ଜିଲ୍ଲାକୃଷିଅଧିକାରୀ କୌଳାଶ ଚନ୍ଦ୍ର ସ୍ୱାଇଁ,ନିୟନ୍ତ୍ରୀତ ବଜାରକମଟି ସଂପାଦକ ଗୁରୁଚରଣ ନାୟକ, ମାର୍କେଟ ଫେଡ ପରିଚାଳକ.ଲ୍ୟାମ୍ପ୍ସ ପରିଚାଳକ,ଚାଷୀ ଓ ନିୟନ୍ତ୍ରୀତ ବଜାରକମଟି କର୍ମଚାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ,ମାଲକାନଗିରିର ଜେ.ସତ୍ୟମ ନାମକ ଜଣେ ଆଗ ଧାଡିର ମୁଗ ଚାଷୀ ନଡିଆ ଭାଙ୍ଗିବାପର ଅତିରିକ୍ତ ଜିଲ୍ଲାପାଳ ମଣ୍ଡିକୁ ଉଦଘାଟନ କରିଥିଲେ । ଜିଲ୍ଲାର ୮ଟି ଲ୍ୟାମ୍ପସ ଅଧିନରେ ପ୍ରାୟ୨୯ଟି ସ୍ଥାନରେ ଏହି ମଣ୍ଡି ଖୋଲାଯାଇଛି ।ଆଗରୁ ମୁଗ ଫସଲ ଅମଳ ହୋଇ ଯାଇଥିବାରୁ ଏବେ ମଣ୍ଡିକୁ ମୁଗ ବିକ୍ରୟ ନିମନ୍ତେ ଚାଷୀ ମାନେ ନେଉଥିବାର ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.