Home ଜିଲ୍ଲା ପରିକ୍ରମା କୋଭିଡ କଟକଣା ଭିତରେ ଶରଣକୁଳ ଜାଗର ଯାତ୍ରା

କୋଭିଡ କଟକଣା ଭିତରେ ଶରଣକୁଳ ଜାଗର ଯାତ୍ରା

96

ନୟାଗଡ଼,୧୧ା୩(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ନୟାଗଡ଼ ଜିଲ୍ଲାର ଶରଣକୁଳ ଲଡ଼ୁବାବାଙ୍କ ମହାଶିବରାତ୍ରୀ ଜାଗରଯାତ୍ରା କୋଭିଡ କଟକଣା ଭିତରେ ପାଳିତ ହେଉଛି । ଏଥିସହିତ ଜିଲ୍ଳାର ବିଭିନ୍ନ ଶିବମନ୍ଦିରଠାରେ ଜାଗର ପାଳନ କରାଯାଇଛି । କୋଭିଡ କଟକଣା ପାଇଁ ଠାକୁର ଦର୍ଶନ ପ୍ରଶାସନ ପକ୍ଷରୁ ପୁରା କଡ଼ାକଡ଼ି କରାଯାଇଥିଲାବେଳେ କେବଳ ଭକ୍ତମାନେ ବାହାରେ ଦୀପ ଜାଳିବା ସହ ବିନା ଭୋଗସାମଗ୍ରୀରେ ବାରିକେଡ଼ ଭିତରେ ଯାଇ ମନ୍ଦିର ପ୍ରବେଶ କରିଥିଲେ । ମାସ୍କ ପରିଧାନ ସହିତ ସାମାଜିକ ଦୂରତ୍ୱ ମଧ୍ୟରେ ଭକ୍ତମାନେ ଧାଡ଼ି ଦର୍ଶନ କରିଥିଲେ । ସେହିପରି ଭାବେ ଅନ୍ୟତମ ଜିଲ୍ଳାର ଶୈବପୀଠ ମାଳିସାହିର ଗତୀଶ୍ୱର,ଗୋବିନ୍ଦପୁରର ସୋମନାଥ,ଯଦୁପୁରର ସିଂହେଶ୍ୱର,ବାହାଡ଼ାଝୋଲାର ଦୁତିକେଶ୍ୱର ,କଂଚନବିଲିର ବାଲୁଙ୍କେଶ୍ୱର ପ୍ରଭୃତି ଶିବମନ୍ଦିରରେ ଭକ୍ତମାନେ ଜାଗରଯାତ୍ରା ପାଳନ କରିଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.