Home Top News ସରକାରୀ କର୍ମଚାରୀ ନିର୍ବାଚନ କମିଶନର ହୋଇପାରିବେ ନାହିଁ – ସୁପ୍ରିମ କୋର୍ଟ

ସରକାରୀ କର୍ମଚାରୀ ନିର୍ବାଚନ କମିଶନର ହୋଇପାରିବେ ନାହିଁ – ସୁପ୍ରିମ କୋର୍ଟ

121

ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ଶୁକ୍ରବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ, କେନ୍ଦ୍ର କିମ୍ବା ରାଜ୍ୟ ସରକାରରେ ନିୟୋଜିତ କୌଣସି ବ୍ୟକ୍ତିଙ୍କୁ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇପାରିବ ନାହିଁ। ନିର୍ବାଚନ ଆୟୋଗର ସ୍ୱାଧିନତା ନିଶ୍ଚିତ କରିବାକୁ ଏହି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ କୋର୍ଟ।

ଜଷ୍ଟିସ୍ ରୋହିଣ୍ଟନ୍ ଏଫ୍ ନରିମନ ଏବଂ ବିଆର ଗାଭାଇଙ୍କ ଏକ ବେଞ୍ଚ ସମ୍ବିଧାନର ଧାରା ୧୪୨ ଏବଂ ୧୪୪ କ୍ଷମତା ପ୍ରୟୋଗ ଅନୁଯାୟୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଧାରା ୧୪୨ ଅନୁଯାୟୀ, ସର୍ବୋଚ୍ଚ ନ୍ୟାୟାଳୟ “ସଂପୂର୍ଣ୍ଣ ନ୍ୟାୟ” କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିବାକୁ କ୍ଷମତାପ୍ରାପ୍ତ ହୋଇଥିବାବେଳେ ଧାରା ୧୪୪ ସମସ୍ତ କର୍ତ୍ତୃପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ଅନୁଯାୟୀ କାର୍ଯ୍ୟ କରିବାକୁ ବାଧ୍ୟ କରିଥାଏ।

ଗଣତନ୍ତ୍ରରେ ନିର୍ବାଚନ ଆୟୋଗର ସ୍ୱାଧିନତାକୁ ଉପରେ କମ୍ପରମାଇଜ୍‌ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ଅତିରିକ୍ତ ଦାୟିତ୍ତ୍ୱ ପ୍ରଦାନ କରିବା ସମ୍ବିଧାନର ଉପହାସ ବୋଲି କୋର୍ଟ କହିଛନ୍ତି।

ଏହି ବେଞ୍ଚରେ କୁହାଯାଇଛି ଯେ ନିର୍ବାଚନ କମିଶନର୍ ମାନେ “ସ୍ୱାଧିନ ବ୍ୟକ୍ତି” ହେବା ଆବଶ୍ୟକ ଏବଂ କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାରଙ୍କ ଅଧୀନରେ ଲାଭ କିମ୍ବା ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇପାରିବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.