Home କୋରାପୁଟ କୋଟିଆରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହେଲା

କୋଟିଆରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହେଲା

26

କୋରାପୁଟ ୦୮-୦୩(ଓଡିଆ ପୁଅ /ରଂଜନ ଦାସ)ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ କୋଟିଆ ଗ୍ରାମପଂଚାୟତ ସଦର ମହକୁମାଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ , ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ ,ଓରମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ରୋସନ କାର୍ତିକ ,ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ , କୋରାପୁଟ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞଳ ମହାପାତ୍ର , ଲିଡ ବ୍ୟାଙ୍କ ମ୍ୟାନେଜର ଜି.ଶତପଥି ,ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ , ପଟ୍ଟାଙ୍ଗୀ ସିଡିପିଓ ଅନୁଭା ନାୟକ ପ୍ରମୁଖ ଯୋଗଦେଇ  ମହିଳା ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ ।କୋଟିଆ ବିକାଶରେ ମହିଳାମାନଙ୍କ ଭୂମିକା ସଂପର୍କରେ ଅତିଥିମାନେ ଆଲୋକପାତ କରିଥିଲେ ।ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଂଟନ କରାଯାଇଥିବା ବେଳେ ମହିଳାମାନଙ୍କୁ ଶାଢୀ ପ୍ରଦାନ କରାଯାଇଥିଲା ।କୋଟିଆ ଓ ଦେଓମାଳି ଝାଡୁ ଉତ୍ପାଦକ ଗୋଷ୍ଠୀକୁ ମାନପତ୍ର ଦେଇ ସମ୍ମାନ୍ନିତ କରାଯାଇଥିବା ବେଳେ ଶ୍ରେଷ୍ଠ ଏସଏଚଜି ଭାବେ ଜନନୀ ଏସଏଚଜିକୁ ସମ୍ମାନ୍ନିତ କରାଯାଇଥିଲା । ।ମହିଳାମାନଙ୍କୁ ଲେମ୍ବୁ ଓ ଅମୃତଭଣ୍ଡା ଚାରା ପ୍ରଦାନ କରାଯାଇଥିଲା ।କୋଟିଆ ଗ୍ରାମ ପଂଚାୟତର ସଂଖ୍ୟାଧିକ ମହିଳା ଅଂଶଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମରେ ଓଏଲଏମର ଡିପିଏମ ସୁସ୍ମିତା ସାମନ୍ତରାୟ ଯୋଗଦେଇ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.