Home କୋରାପୁଟ କୋରାପୁଟରେ  ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

କୋରାପୁଟରେ  ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

23

କୋରାପୁଟ ୦୮-୦୩(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସଦର ମହକୁମାରେ ଆନ୍ତର୍ଜାତୀୟ ମହିଳା  ଦିବସ ପାଳିତ ହୋଇଯାଇଛି ।ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଓ ଜିଲ୍ଲାପରିଷଦ ସଦସ୍ୟା ପାର୍ବତୀ ମସ୍ତି ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ଏହି ଅବସରରେ କୋରାପୁଟ ଶିଶୁ ବିକାଶ ଅଧିକାରୀ ସୁଷମା ମହାପାତ୍ର ,ସୁପରଭାଇଜର ରଂଜିତା ପଟନାୟକ ଓ ଅଙ୍ଗନବାଡି କର୍ମି  ସ୍ୱେହମୟୀ ଦାସଙ୍କୁ କୋଭିଡ-୧୯ ପରିଚାଳନାରେ ଉତମ କାର୍ଯ୍ୟ ନିମନ୍ତେ ଉପଢୈାକନ ଓ ମାନପତ୍ର ଦେଇ ସମ୍ମାନ୍ନିତ କରାଯାଇଥିଲା । ବାଲ୍ୟବିବାହ ରୋକିବା ନିମନ୍ତେ ଶ୍ରେଷ୍ଠ କାର୍ଯ୍ୟ କରିଥିବା କିଶୋରୀ ବାଳିକା ଶ୍ରୀୟାଶିସା ନାୟକଙ୍କୁ   ମଧ୍ୟ ସମ୍ମାନ୍ନିତ କରାଯାଇଥିଲା ।ନନ୍ଦପୁର ବ୍ଲକର ମାରିଲା ଏସଏଚଜି ,ସେମିଲିଗୁଡା ବ୍ଲକର ମା ସନ୍ତୋଷୀ ଏସଏଚଜି ଓ କୋରାପୁଟ ବ୍ଲକର ତାରିଣୀ ଏସଏଚଜି୩ ଟିଙ୍କୁ ୧୫ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମମତାର ଡିପିସି ସୀମାରାଣୀ ବେହେରା , ୟୁନିସେଫର ପରାମର୍ଶଦାତା ରାଜଲକ୍ଷ୍ମି ବେହେରା ,ଜିଲ୍ଲା ପୁଷ୍ଟିସାଧନ ପରିଚାଳିକା ମମତା ମହାନ୍ତି ,ମିଶନଶକ୍ତିର ଡିପିଏମ ଜୟକୃଷ୍ଣ ମହାପାତ୍ର ,କାର୍ଯ୍ୟକ୍ରମ ଅଧିକାରୀ ସୁଚିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ସେହିପରି ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟ ମୁକ୍ତମଂଚରେ ପ୍ରଗତି ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।ସ୍ୱେଛାସେବୀ ଅନୁଷ୍ଠାନ ପ୍ରଗତିର ସଂପାଦକ ପ୍ରଭାକର ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , ସେମିଲିଗୁଡା କଲେଜର ରିଡର ଡ.ଝାନସି ସିଂ ,ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ଓ ଜିଲ୍ଲାପରିଷଦ ସଦସ୍ୟା  ପାର୍ବତୀ ମସ୍ତି ସମ୍ମନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।କାର୍ଯ୍ୟକ୍ରମରେ ପ୍ରଗତିର ଡ.ଲୁନା ପଣ୍ଡା ଯୋଗଦେଇ ପରିଚାଳନା କରିଥିଲେ । କୋରାପୁଟ ଜଳବିଭାଜିକା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ ସେନାପତି  ଓ ସହାୟକ ନିର୍ବାହୀ ଯନ୍ତ୍ରୀ ସାନାଲି ନାୟକ , ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୨୦୦ ମହିଳା ଅଂଶଗ୍ରହଣ କରିଥିଲେ ।ପ୍ରଗତିର ମୁରଲୀଧର ଅଧିକାରୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।ଏହି ଅବସରରେ ମାଣ୍ଡିଆ ଲଡୁ ପ୍ରଦର୍ଶନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.